ଭୁବନେଶ୍ୱର ୨୨ ।୧୧ (ବ୍ୟୁରୋ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲା ଅଭିଯୋଗରେ ବୈରଣୀ ବାସୀନର ମୁଖ୍ୟଯନ୍ତ୍ରୀ କୈଳାଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ ଭୁବନେଶ୍ୱର, ପୁରୀ, କଟକ, ଯାଜପୁର ଏବଂ କେନ୍ଦୁଝରର ୧୦ଟି ସ୍ଥାନରେ ଏକ ସମୟରେ ହେଉଥିବା ଜଣାପଡ଼ିଛି । ଚଢ଼ଉ ବେଳେ ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ସାହୁଙ୍କ ନାମରେ ଗୋଟିଏ ତିନି ମହଲା କୋଠା, ୩ଟି ଫ୍ଲାଟ, ନଗଦ ୮୨ ଲକ୍ଷ ୮୦ ହଜାର ଟଙ୍କାର ବ୍ୟାଙ୍କ ଜମା ଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲ ଅଞ୍ଚଳରେ ୮ ହଜାର ସ୍କ୍ରୋୟାର ଫୁଟ ପରିବେଶିତ ଜାଗାରେ ତିନି ମହଲା କୋଠା, ସହିଦନଗର ଥାନା ଅନ୍ତର୍ଗତ ଭୋଇନଗର ମୌଜାରେ ଏକ ଆପାର୍ଟମେଣ୍ଟ ଘର, ପୁରୀ ମଙ୍ଗଳାଘାଟ ଅଞ୍ଚଳରେ ଏକ ଆପାର୍ଟମେଣ୍ଟ, ବ୍ୟାସନଗରରେ ଆଉ ଏକ ଆପାର୍ଟମେଣ୍ଟ ଉକ୍ତ ସ୍ଥାନରେ ଏକ ବିରାଟ ଦୋକାନ ଘର ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଚଢ଼ଉ ବେଳେ ଜାଣିବାକୁ ପାଇଛନ୍ତି ।
ଏହାବାଦ୍ ଶ୍ରୀ ସାହୁଙ୍କ ନାମରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୮ଟି ଦାମୀ ପ୍ଲଟ ରହିଥିବା ବେଳେ ସେଥିମଧ୍ୟରୁ ଖୋର୍ଦ୍ଧାରେ ୪ଟି, କଟକରେ ଗୋଟିଏ ଓ ଯାଜପୁରରେ ୨୩ଟି ଜାଗା ଥିବା ଜଣାପଡ଼ିଛି । ସେହିପରି ଶ୍ରୀ ସାହୁଙ୍କ ନାମରେ ଗୋଟିଏ ୪ ଚକିଆ ଓଳ ୩ ଟି ୨ ଚକିଆ ଯାନ ମଧ୍ୟ ରହିଛି । ଭିଜିଲାନ୍ସର ଏହି ଚଢ଼ଉ ଜାରି ରହିଥିବା ବେଳେ କୁବେର ମୁଖ୍ୟଯନ୍ତ୍ରୀ ଶ୍ରୀ ସାହୁଙ୍କର ଆଉ କେତେ ପରିମାଣର ସମ୍ପତ୍ତି ରହିଛି ତାହାର ଆକଳନ କରିବା ନିମନ୍ତେ ସ୍ୱତନ୍ତ୍ର ଅଡିଟ୍ ଟିମ୍କୁ ତଦନ୍ତରେ ସାମିଲ କରାଯାଇଛି । ଏହି ଚଢ଼ଉରେ ଜଣେ ଅତିରିକ୍ତ ଏସ୍ପି, ୪ ଜଣ ଡିଏସ୍ପି, ୭ ଜଣ ଇନ୍ସପେକ୍ଟର, ୭ ଜଣ ଏଏସ୍ଆଇ ଓ ଅନ୍ୟ ସହଯୋଗୀ ପୋଲିସ କର୍ମଚାରୀମାନେ ସାମିଲ ଅଛନ୍ତି ।