ନୂଆଦିଲ୍ଲୀ: ଗତ ୨୨ ତାରିଖରୁ ଆରମ୍ଭ ହୋଇଛି ବ୍ରିକ୍ସ ସମ୍ମିଳନୀ । ରୁଷର କାଜାନ ଠାରେ ଏହି ସମ୍ମିଳନୀ ଆୟୋଜିତ ହେଉଥିବା ବେଳେ ସମ୍ମିଳନୀକୁ ଆସିଥିବା ବ୍ରିକ୍ସ ସଦସ୍ୟ ଦେଶର ନେତା ମାନଙ୍କ ସହିତ ମୋଦୀଙ୍କ ଦ୍ଵିପାକ୍ଷିକ ବୈଠକ କରିବା ସମ୍ଭାବନା ରହିଛି। ତେବେ ଏହି ସମୟରେ ପ୍ରଧାନମନ୍ତ୍ରୀ ଚୀନର ରାଷ୍ଟ୍ରପତି ଜିନପିଙ୍ଗ୍ଙ୍କୁ ସାକ୍ଷାତ ଓ ଦ୍ୱିପାକ୍ଷିକ ଆଲୋଚନା ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି। କାରଣ ଏହି ସମ୍ମିଳନୀ ପୂର୍ବରୁ ଏଲଏସିରେ ଗଲୱାନ ପାଟ୍ରୋଲିଂକୁ ନେଇ ଭାରତ ଓ ଚୀନ ମଧ୍ୟରେ ବୁଝାମଣା ହୋଇଥିବା ବେଳେ ପ୍ରାୟ ୫ ବର୍ଷ ପରେ ଚୀନ୍ ରାଷ୍ଟ୍ରପତି ଏବଂ ଭାରତର ପ୍ରଧାନମନ୍ତ୍ରୀ ପରସ୍ପର ସହ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବାକୁ ଯାଉଛନ୍ତି।
ପ୍ରକାଶଥାଉ କି, ୨୦୨୦ର ଗଲୱାନ ସଂଘର୍ଷ ପରଠାରୁ ଦୁଇ ନେତାଙ୍କ ମଧ୍ୟରେ କୌଣସି ପ୍ରକାର ଦ୍ବିପାକ୍ଷିକ କଥାବାର୍ତ୍ତା ହୋଇନାହିଁ। ତେବେ ୪ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଓ ଚୀନ ଗଲୱାନ ପାଟ୍ରୋଲିଂ କରିବାକୁ ରାଜି ହେବା ନେଇ ବୁଝାମଣା ହେବା ପରେ ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଚୀନର ରାଷ୍ଟ୍ରପତି ଜିନପିଙ୍ଗ୍ଙ୍କୁ ସାକ୍ଷାତ କରିବାକୁ ଯାଉଛନ୍ତି । ବ୍ରିକ୍ସ ସମ୍ମିଳନୀ ଅବସରରେ ବୁଧବାର ଏକ ପରସ୍ପର ସହ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବାକୁ ଯାଉଛନ୍ତି। ଏନେଇ କାଜାନ ସହରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ସୂଚନା ଦେଇଛନ୍ତି। ତେବେ ସମସ୍ତଙ୍କ ଦୃଷ୍ଟି ଏହି ଦ୍ୱିପାକ୍ଷିକ ବୈଠକ ଉପରେ ରହିବା ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ସମଗ୍ର ଦୁନିଆର ନଜର ଏହି ବୈଠକ ଉପରେ ରହିବ।
ପୂର୍ବରୁ ୨୦୧୯ ମସିହାରେ ବ୍ରାଜିଲରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ଚୀନ୍ ଏବଂ ଭାରତର ବରିଷ୍ଠ ନେତାମାନେ ଦ୍ୱିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିଥିଲେ। କିନ୍ତୁ ଚଳିତ ଥର ମୋଦୀ ଓ ଜିନପିଙ୍ଗଙ୍କ ଦ୍ୱିପାକ୍ଷିକ ବୈଠକ ପୂର୍ବ ଅପେକ୍ଷା ଭିନ୍ନ ଅଟେ। କାରଣ ନିକଟରେ ଉଭୟ ଦେଶ ପରସ୍ପର ସହିତ ୪ ବର୍ଷର ସୀମା ବିବାଦକୁ ସମାପ୍ତ କରି ଏଲଏସିରେ ପାଟ୍ରୋଲିଂ ପାଇଁ ପାରସ୍ପରିକ ବୁଝାମଣା କରିଛନ୍ତି । ଏହା ଭବିଷ୍ୟତରେ ଏହା ଉଭୟ ଦେଶ ମଧ୍ୟରେ ସମ୍ପର୍କର ମୂଳଦୁଆ ପକାଇବା ସହ ସୁଦୃଢ ସମ୍ପର୍କରେ ସହାୟକ ହେବାର ସମ୍ଭାବନା ରହିଛି।