କଟକ : ବାତ୍ୟା ସମ୍ଭାବନା ଭିତରେ କଟକ ସହରର ପ୍ରମୁଖ ସମସ୍ୟା ଜଳ ନିଷ୍କାସନ ସ୍ଥିତିକୁ ନେଇ ମେୟର ଶୁବାସ ସିଂ, କଟକ ଜିଲ୍ଲାପାଳ ଓ ସିଏମ୍ସି କମିଶନର ସମୀକ୍ଷା କରିଛନ୍ତି। ସୂତାହାଟ, ପଟାପୋଲ, ଝୋଲାସାହି, ଛତରା ବଜାର ପ୍ରମୁଖ ଅଞ୍ଚଳରେ ମେୟର ସୁବାସ ସିଂହ , କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭଉସାହେବ ସିନ୍ଧେ ଓ କମିଶନର ଅନାମ ପାତ୍ର , ଡେପୁଟି ମେୟର ଦମୟନ୍ତୀ ମାଝି ସ୍ଥିତି ସମୀକ୍ଷା କରିଛନ୍ତି। ଛତରା ବଜାର ବକ୍ସ ଡ୍ରେନ ନିକଟରେ ୯୫୦ ଏଚ୍ପିର ୮ ଟି ପମ୍ପ ସେଟ ଏବଂ ୧୧ ଟି ବଡ ପମ୍ପ ସେଟ ଲାଗିବ, ଯାହାକି ୧୫୦ ମିଲି ଲିଟର ବର୍ଷା ହେଲେ ବି ଜଳ ସଠିକ ସମୟରେ ନିଷ୍କାସିତ ହୋଇପାରିବ। ସଖା ଡ୍ରେନ ଗୁଡିକ, ଯାହାକି ବକ୍ସ ଡ୍ରେନକୁ ସଂଯୋଗ କରୁଛି ତାହା ସଫେଇ କରାଯାଇ ଜଳ ନିଷ୍କାସନ ଉପଯୋଗୀ ହୋଇପାରିଛି। ସୂତା ହାଟ ଅଞ୍ଚଳରେ ଥିବା ସମସ୍ୟା ବୁଲି ଦେଖିବା ପରେ ତାହାର ପ୍ରତିକାର କରାଯାଇଛି। କଟକରେ ବର୍ଷା ଜଳ ନିଷ୍କାସନକୁ ସୁଗମ କରିବାକୁ ୨୮୩ ଟି ପମ୍ପ ସେଟ , ୧୫ଟି ଫାୟାର ବିଗ୍ରଡେ ପମ୍ପ ସେଟ, ୧୫ ଟି ଭୋଳବୋ ପମ୍ପ ସେଟ ନିଯୋଜିତ କରାଯାଇଛି। ୧୪ ଜଣ ଜୁନିୟର ଯନ୍ତ୍ରୀ ଏହି କାର୍ଯ୍ୟ ସୂଚାରୁରୂପେ ପରିଚାଳନା କରିବାକୁ ଦାୟିତ୍ୱ ଦିଆଯାଇଛି। ୨୪ ଘଣ୍ଟା କଣ୍ଟ୍ରୋଲ ରୁମ ଖୋଲାଯାଇ ଏହି କାର୍ଯ୍ୟକୁ ତ୍ୱରନିତ୍ୱ କରିବାକୁ ବ୍ୟବସ୍ଥା କରାଯାଇଅଛି । ଏହି ପରିଦର୍ଶନରେ ପ୍ରଦୀପ ଖୁଣ୍ଟିଆ , କର୍ପୋରେଟର ଚନ୍ଦନ ଜେନା ଇତିଶ୍ରୀ ଦାସ , ଶ୍ରୀ ଯତୀନ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।