ଭୁବନେଶ୍ୱର: ସାମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ସମସ୍ତ ଭୟଭୀତ ରହିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଠାରୁ ପ୍ରଶାସନ କ୍ଷେତ୍ର ବାତ୍ୟା ଦାନାର ମୁକାବିଲା କରିବା ନିମନ୍ତେ ପ୍ରସ୍ତୁତି ଜୋରଦାର ଆରମ୍ଭ କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡ଼ିଓ ଜାରି କରିଛନ୍ତି। ସେହି ଭିଡ଼ିଓରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ବାତ୍ୟା ଆସୁଥିବା ଖବର ପାଇ ସେ ଚିନ୍ତିତ ଅଛନ୍ତି ଏବଂ କହିଛନ୍ତି ପୂର୍ବରୁ ଆମେ ସମସ୍ତେ ମିଳିମିଶି ସଫଳତା ସହ ଅନେକ ବାତ୍ୟାର ମୁକାବିଲା କରିଛେ।ଆମର ଏକ ପ୍ରଭାବଶାଳୀ ବିପର୍ଯ୍ୟୟ ପରିଚାଳନା ନୀତି ଅଛି। ତେଣୁ ମୋର ଅନୁରୋଧ ବାତ୍ୟା ପାଇଁ ଭୟଭୀତ ହୁଅନ୍ତୁ ନାହିଁ । ସଜାଗ ରୁହନ୍ତୁ , ନିରାପଦ ରୁହନ୍ତୁ , ଜୀବନ ଅମୁଲ୍ୟ ତେଣୁ ବାତ୍ୟା ମୁକାବିଲା ରେ ପ୍ରଶାସନକୁ ପୁରା ସହଯୋଗ କରନ୍ତୁ । ସବୁ ନିର୍ବାଚିତ ପ୍ରତିନିଧି ମାନଙ୍କୁ ମୋର ଅନୁରୋଧ ଆପଣମାନେ ଏହି ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ । ଲୋକଙ୍କୁ ସାହାଯ୍ୟ କରନ୍ତୁ ମୋର ଦୃଢ଼ ବିଶ୍ୱାସ ଆମେ ସମସ୍ତେ ଏକାଠି ପୂର୍ବ ପରି ବାତ୍ୟା ଦାନାର ସଫଳ ମୁକାବିଲା କରିପାରିବା । ।