କଟକ: ମାଲଗୋଦାମରେ ଶୁଖିଲା ଖାଦ୍ୟ ସାମଗ୍ରୀ ଚଢା ଦରରେ ବିକ୍ରି ଅଭିଯୋଗରେ ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅତର୍କିତ ଚଢ଼ାଉ କରିଛନ୍ତି। ଏହି ଚଢଉ ବେଳେ ବିଭିନ୍ନ ଗୋଦାମକୁ ଯାଞ୍ଚ କରିବା ସହ ନୋଟିସ ମଧ୍ୟ କରାଯାଇଛି। ଏନେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ଶୁଖିଲା ଖାଦ୍ୟ ସାମଗ୍ରୀ ଚଢ଼ା ଦରରେ ବିକ୍ରି ହେଉଥିବା ନେଇ ଅଭିଯୋଗ ଆସିଥିଲା। ସେଥିପାଇଁ ନିଜେ ଘଟଣାସ୍ଥଳରେ ପହଞ୍ôଚ ନିରୀକ୍ଷଣ କଲି। ଟିକେ ଅଧିକ ଦାମ ରେ ବିକ୍ରି ହେଉଥିଲା ସେଥିପାଇଁ ଷ୍ଟକ ଯାଞ୍ଚ କରାଯାଇଛି। ଚୁଡା , ଡାଲି , ତେଲ ସାମଗ୍ରୀ ଅଧିକ ଟଙ୍କାରେ ବିକ୍ରି ହେଉଥିଲା। ପ୍ରଥମୟରୁ କୁହାଯାଇଛି କଳାବଜାରୀ କିମ୍ବା ହୋଡ଼ିଂ କରିବ ତାହା ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ ଏହି ଦୁର୍ବିପାକ ସମୟରେ ଲୋକଙ୍କୁ ହଇରାଣ କରନ୍ତୁନାହିଁ। ବର୍ତ୍ତମାନ ମାଲଗୋଦାମରେ ଖାଦ୍ୟ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ରହିଛି। ତେଣୁ ବାତ୍ୟାକୁ ଭୟ ନକରି ସଚେତନ ରହିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଅନ୍ୟପଟେ ମନ୍ତ୍ରୀଙ୍କୁ କିଏ ଭୁଲ ସୂଚନା ଦେଉଛି। ପୂର୍ବରୁ ମାଲଗୋଦାମ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଯେ ଏହି ପ୍ରାକୃତିକ ଦୁର୍ବିପାକ ସମୟରେ କଳାବଜାରୀ ହେଉ କି ଚଢା ଦର କିଛି ବି ବରଦାସ୍ତ କରାଯିବନି ।ବାତ୍ୟା ପ୍ରଭାବିତ ହେବାକୁ ଥିବା ଭଦ୍ରକ, ବାଲେଶ୍ୱର , ଜଗତସିଂହପୁର , କେନ୍ଦ୍ରାପଡା ପାଇଁ ଏଯାବତ ତ୍ରୁଟିଶୂନ୍ୟ ଭାବରେ ରିଲିଫ ଯାଇ ସାରିଛି। ସକାଳୁ ବନ୍ଦ ରହିଛି ମାଲଗୋଦାମ । କେହି ଜାଣିକି ଗୋଦାମ ବନ୍ଦ କରି ନାହାନ୍ତି। ତେଣୁ ମନ୍ତ୍ରୀଙ୍କ ଏହି ଅତର୍କୀତ ଗସ୍ତ କୁ ନାପସନ୍ଦ କରିବା ସହ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତିହୀନ ବୋଲି କହିଛନ୍ତି ମାଲଗୋଦାମ ବ୍ୟବସାୟୀ ସଂଘ ର କର୍ମକର୍ତା। ଏହି ଗସ୍ତ ସମୟରେ ଛତ୍ରବଜାର ରେ ଷ୍ଟକ ଯାଞ୍ଚ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।