ପାଟନା: ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତିରେ ନିଜର ପଢେଇବା ଶୈଳୀପାଇଁ ସାରା ଦେଶରେ ପ୍ରସିଦ୍ଧ ଖାନ ସାରଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି। ସେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସାକ୍ଷାତ କରିଥିବା ଦେଖିବାକୁ ମିଳିଛି। ଖାନ ସାର୍ ବିହାରସ୍ଥିତ ସିଏମ ହାଉସରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଛନ୍ତି। ଏହା ପରେ ଖାନ ସାର୍ ଆସନ୍ତା ଦିନରେ ରାଜନୀତିରେ ପାଦ ଦେବାନେଇ ଆଲୋଚନା ହେଲାଣି।
ସୂଚନାଯୋଗ୍ୟ ଯେ, ଖାନ ସାର ନୀତିଶ କୁମାରଙ୍କୁ ଭେଟିବା ସମୟରେ ଏହି ବୈଠକରେ ବିହାର ଗ୍ରାମ୍ୟ ବ୍ୟାପାର ମନ୍ତ୍ରୀ ଅଶୋକ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ ଖାନ ସାର୍ ନୀତୀଶ ସରକାରଙ୍କ ଶିକ୍ଷାକୁ ସୁଦୃଢ କରିବା ପାଇଁ ପଦକ୍ଷେପ ବରଂ ଇନ୍ସପେକ୍ଟର ଏବଂ ଶିକ୍ଷକ ପରୀକ୍ଷାରେ ସରକାର ଗ୍ରହଣ କରିଥିବା ଉନ୍ନତ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଏହାସହିତ ଅନ୍ୟ କିଛି ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇଛି। ତେବେ ଏଭଳି ପରିସ୍ଥିତିରେ ଖାନ ସାର୍ଙ୍କ ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ ପରେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଆଲୋଚନା କରୁଛନ୍ତି ସାଧାରଣ ଜନତା। କିନ୍ତୁ ସେ ଜେଡିୟୁ ଟିକେଟରେ ନିର୍ବାଚନ ଲଢିବାକୁ ଯାଉଛନ୍ତି କି? ପ୍ରଶ୍ନରେ ଉତ୍ତର ଦେଇ କହିସସହି ଏହି ସାକ୍ଷାତ ପରେ ସେ କହିଛନ୍ତି ଯେ ବର୍ତ୍ତମାନ ରାଜନୀତିରେ ଯୋଗଦେବା ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। ସେ ତାଙ୍କର କାମ କରୁଛନ୍ତି। କିନ୍ତୁ, ଭଲ ଲୋକମାନେ ରାଜନୀତିରେ ଆସିବା ଉଚିତ୍।