ଭୁବନେଶ୍ୱର : ରାଜଧାନୀରେ ବୁଲୁଛି ବାଘ । ବିଜୁ ପଟ୍ଟନାୟକ ବିମାନବନ୍ଦର ଡମ୍ପି ୟାର୍ଡ଼ରେ ବାଘ ଆତଙ୍କ ଦେଖାଦେଇଛି । ସୂଚନା ପାଇଁ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛି ଖୋଜାଖୋଜି ଜାରି ରଖିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟଭୀତରେ ଅବସ୍ଥାରେ ଅଛନ୍ତି।
ସୂଚନା ଅନୁଯାୟୀ, ଶନିବାର ସକାଳୁ ସକାଳୁ ଭୁବନେଶ୍ୱର ବିମାନବନ୍ଦର ନିକଟରେ ଥିବା ଡମ୍ପିଆର୍ଡରେ ଏକ କଳରାପତରିଆ ବାଘ ବୁଲୁଥିବାର କିଛି ଲୋକ ଦେଖିଥିଲେ। ଏହାପରେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ବାଘର ଗତିବିଧି ଉପରେ ନଜର ରଖିଥିବା ବେଳେ ସ୍ଥାନୀୟ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ବିମାନବନ୍ଦର ଏକ ଜନଗହଳି ପୂର୍ଣ୍ଣ ସ୍ଥାନ ହୋଇଥିବାରୁ ସମସ୍ତଙ୍କୁ ବାଘ ଭୟ ଘାରିଛି ।