କେପ୍ କାର୍ଣ୍ଣିଭାଲ: ଶୁକ୍ରବାର ପୃଥିବୀ ପୃଷ୍ଠକୁ ଫେରିଛନ୍ତି ୪ଜଣ ମହାକାଶଚାରୀ। ମହାକାଶଚାରୀମାନେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଦୀର୍ଘ ୮ମାସ ରହଣି ପରେ ପୃଥିବୀ ପୃଷ୍ଠକୁ ଫେରିଆସିଥିବା ସୂଚନା ମିଳିଛି। ତେବେ ୪ଜଣ ମହାକାଶଚାରୀଙ୍କ ମଧ୍ୟରୁ ୩ଜଣ ଆମେରିକୀୟ ଓ ଜଣେ ରୁଷୀୟ ନାଗରିକ ଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଦୀର୍ଘ ୮ମାସ ରହଣି ପରେ ପୃଥିବୀ ପୃଷ୍ଠକୁ ଫେରିଆସିଛନ୍ତି ୪ଜଣ ମହାକାଶଚାରୀ । ସେମାନେ ହେଲେ ନାସାର ମାଥ୍ୟୁ ଡୋମିନିକ୍, ମିଚେଲ ବାରାତ, ଜେନେଟ୍ଟ ଏପ୍ସ ଓ ରୁଷ୍ର ଆଲେକଜାଣ୍ଡାର ଗ୍ରେବେନକିନ୍। ଏହି ମହାକାଶଚାରୀମାନେ ୨ମାସ ପୂର୍ବରୁ ପୃଥିବୀକୁ ଫେରିଆସିବାର ଯୋଜନା ଥିଲା ଥିଲା। କିନ୍ତୁ ବୋଇଙ୍ଗର ନ୍ୟୁ ଷ୍ଟାରଲାଇନ କ୍ୟାପସୁଲରେ ସମସ୍ୟା ଯୋଗୁଁ ସେମାନଙ୍କ ଫେରିବା ବିଳମ୍ବ ହୋଇଥିଲା। ସେଥିପାଇଁ ଗତ ସେପ୍ଟେମ୍ବରରେ ଷ୍ଟାରଲାଇନର କ୍ୟାପସୁଲ୍ଟି ବିନା ମହାକାଶଚାରୀଙ୍କ ସହିତ ପୃଥିବୀକୁ ଫେରିଥିବା ବେଳେ ଘୂର୍ଣ୍ଣିଝଡ ମିଲ୍ଟନ ଯୋଗୁଁ ମହାକାଶଚାରୀଙ୍କ ଫେରିବା ଆଉ ଦୁଇ ସପ୍ତାହ ବିଳମ୍ବ ହୋଇଥିଲା। ତେବେ ମହାକାଶରୁ ଫେରିବା ପରେ ଜଣେ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନଥିବା କାରଣରୁ ତାଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲ ନିଆଯାଇଥିବା ସୂଚନା ମିଳିଛି।