ସାଧାରଣତଃ ପ୍ରତ୍ୟକ ରୋଷେଇ ପାଇଁ ଆମେ ଟମାଟୋର ବ୍ୟବହାର କରିଥାଉ।ଟମାଟୋ କେବଳ ତରକାରୀକୁ ସ୍ୱାଦିଷ୍ଟ କରେ ତାହା ନୁହେଁ ଏହା ଆପଣଙ୍କୁ ଅନେକ ରୋଗ ମୁକ୍ତ ମଧ୍ୟ ରଖିଥାଏ । ଟମାଟୋ ହେଉଛି ପୋଷକ ତତ୍ତ୍ୱର ଭଣ୍ଡାର, ଯେଉଁଥିରେ ଭିଟାମିନ୍ ସି, ଲାଇକୋପିନ୍, ଭିଟାମିନ୍, ପୋଟାସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ। ଏହାର ନିୟମିତ ସେବନ ଦ୍ୱାରା କୋଲେଷ୍ଟ୍ରଲ୍ ସ୍ତର କମିଯାଏ। ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ। ଟମାଟୋ ଆପଣଙ୍କୁ ଅନେକ ସମସ୍ୟାରୁ ରକ୍ଷା କରିଥାଏ। ହୃଦୟ ସ୍ୱାସ୍ଥ୍ୟ ପାଇଁ ଏହା ଏକ ଉତ୍ତମ ଜିନିଷ। ହୃଦୟକୁ ସୁସ୍ଥ ରଖିବା ପାଇଁ ପୋଟାସିୟମର ବହୁତ ଆବଶ୍ୟକତା ଅଛି ଏବଂ ଟମାଟୋରେ ଏହାର ପରିମାଣ ବହୁତ ଅଛି। କେବଳ ଏତିକି ନୁହେଁ, ଟମାଟୋରେ ଥିବା ଲାଇକୋପିନ୍ ଶରୀରରେ ଖରାପ କୋଲେଷ୍ଟ୍ରଲ ହ୍ରାସ କରି ରକ୍ତଚାପକୁ ସନ୍ତୁଳିତ କରିଥାଏ।ଟମାଟୋରେ କ୍ରୋମିୟମ ନାମକ ଏକ ପଦାର୍ଥ ଥାଏ ଯାହା ଶରୀରରେ ସୁଗାର ସ୍ତରକୁ ସମ୍ପୂର୍ଣ ଭାବରେ ନିୟନ୍ତ୍ରଣରେ ରଖେ । ତେଣୁ ଯେଉଁମାନଙ୍କର ମଧୁମେହ ଅଛି,କିମ୍ବା ଯେଉଁମାନେ ମଧୁମେହଠୁ ସମ୍ପୂର୍ଣ ଭାବରେ ଦୂରେଇକି ରହିବାକୁ ଚାହୁଁଛନ୍ତି ସେମାନେ ନିୟମିତ ଖାଦ୍ୟରେ ଟମାଟୋର ବ୍ୟବହାର କରନ୍ତୁ । ଟମଟୋ ରସରେ ଆଲୋଭେରା ଜେଲ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ତ୍ୱଚାରେ ଲଗେଇଲେ ଏହା ଆପଣଙ୍କ ତ୍ୱଚାକୁ ଟ୍ୟାନ ମୁକ୍ତ କରିଥାଏ ଓ ସଫା ରଖିଥାଏ । ଟମାଟୋ ରସରେ ବେସନ ବ୍ୟବହାର କରି ମଧ୍ୟ ଆପଣ ଲଗାଇ ପାରିବେ ।