ଭୁବନେଶ୍ୱର: ଶୁକ୍ରବାର ଓଡ଼ିଶା ଉପକୂଳରେ ଭୀଷଣ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିଥିବା ବେଳେ ଶନିବାର ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଥିଲା। ତେବେ ରବିବାର ସକାଳ ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ବର୍ତ୍ତମାନ ଏହା ଆଭ୍ୟନ୍ତରୀଣ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହେବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ଅପରପକ୍ଷରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ଜାରି ରହିବା ନେଇ ସୂଚନା ମିଳିଛି । ଏହି ସମୟରେ ସୁନ୍ଦରଗଡ, ଝାରସୁଗୁଡା, ସମେତ ଉତ୍ତର ପଶ୍ଚିମ ଆଭ୍ୟନ୍ତରରେରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ସୂଚନା ଦେଇଛନ୍ତି। ସେହିପରି ଉପକୂଳ ଓଡ଼ିଶାର କିଛି ଅଂଚଳରେ ମଧ୍ୟ ବର୍ଷା ସମ୍ଭାବନା ଥିବା ସୂଚନା ମିଳିଛି ।