ସୋମବାର ବିଶ୍ବ ବଜାର ଓ ଭାରତରେ ଆମେରିକୀୟ ଟେକ୍ନୋଲୋଜି କମ୍ପାନୀ ଆପଲ ଆଇଏନସି iPhone 16 ଲଞ୍ଚ କରିଛି। ଏଥିସହ କମ୍ପାନୀ iPhone 16 ପ୍ରୋ ଓ ଆପଲ ୱାଚ ସିରିଜ 10 ମଧ୍ୟ ଲଞ୍ଚ କରିଛି। ପୂର୍ବ ମଡେଲଠାରୁ ଏହି iPhone 16 ସିରିଜରେ ଅତ୍ୟାଧୁନିକ ଟେକ୍ନୋଲୋଜି ସମେତ ଅନେକ ପରିବର୍ତ୍ତନ କରାଯାଇଛି । ନୂଆ iPhone 16 ମଡେଲ ସମ୍ପୂର୍ଣ୍ଣ ନୂଆ A18 ଚିପ ସେଟ ଭଳି କାମ କରିବା ପାଇଁ ଏଥିରେ ନୂଆ ଫିଚର ବଟନ ମଧ୍ୟ ସାମିଲ କରାଯାଇଛି। ତେବେ ଭାରତରେ ଆସନ୍ତା ସେପ୍ଟେମ୍ବର ୧୩ ତାରିଖ ସନ୍ଧ୍ୟା ୫.୩୦ରୁ ଏହି ସିରିଜର ପ୍ରି-ଅର୍ଡର ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାର ପ୍ରଥମ ସେଲ୍ ସେପ୍ଟେମ୍ବର ୨୦ ତାରିଖରୁ ଆରମ୍ଭ ହେବ ନେଇ କମ୍ପାନୀ ସ୍ପଷ୍ଟ କରିଛି। ଖୁବ ଶୀଘ୍ର ଏହି ସିରିଜ ଅନଲାଇନ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟ, ଆମାଜନ, ଆପଲ୍ ଷ୍ଟୋର ଓ ଅନ୍ୟ ପ୍ଲାଟଫର୍ମରେ ମଧ୍ୟ ଉପଲବ୍ଧ ହେବ । ଆମେରିକା ବଜାରରେ iPhone 16ର ପ୍ରାରମ୍ଭିକ ମୂଲ୍ୟ ୬୭,୦୦୦ ଟଙ୍କା ଥିବା ବେଳେ ୧୨୮ ଜିବି iPhone 16 Proର ମୂଲ୍ୟ ୮୩,୮୭୦, ୨୫୬ ଜିବି iPhone 16 Pro Maxର ମୂଲ୍ୟ ୧ ଲକ୍ଷ ରହିଛି। ସେହିପରି ଭାରତରେ iPhone 16ର ମୂଲ୍ୟ ୭୯,୯୦୦ ଟଙ୍କା, iPhone 16 Plus ମୂଲ୍ୟ ୮୯,୯୦୦ ଟଙ୍କା, iPhone 16 Pro ର ମୂଲ୍ୟ ୧,୧୯,୯୦୦ ଟଙ୍କା ରହିଛି। ଆଇଫୋନ ୧୬ ର ସବୁଠୁ ପ୍ରିମିୟମ ସେଟ୍ iPhone 16 Pro Max ମୂଲ୍ୟ ୧,୪୪,900 ଟଙ୍କା ଧାର୍ଯ୍ୟ ହୋଇଛି।