ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିଥିବା ଭୀଷଣ ବାତ୍ୟା ‘ଦାନା’ ରବିବାର ସକାଳ ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବା ସୂଚନା ଦେଇଥିଲା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ବର୍ତ୍ତମାନ ଏହା ଉତ୍ତର ଅଭନ୍ତରୀଣ ଓଡ଼ିଶାରେ ସକ୍ରିୟ ଥିବା ବେଳେ ଧୀରେ ଧୀରେ ଦୁର୍ବଳ ହେଉଥିବା ନେଇ ସୂଚନା ମିଳିଛି । ସୋମବାର ସନ୍ଧ୍ୟା ସୁଦ୍ଧା ଏହା ଆହୁରି ଦୁର୍ବଳ ହୋଇଛି।
ଅପରପକ୍ଷରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ଅଂଚଳରେ ସାମାନ୍ୟ ବର୍ଷା ହେବାକୁ ଥିବା ବେଳେ ଅନ୍ୟାନ୍ୟ ଅଂଚଳ ମୁଖ୍ୟତଃ ଶୁଖିଲା ରହିବ। ତେବେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧାରଣର ବର୍ଷା ହେବା ନେଇ ସୂଚନା ମିଳିଛି।