ଭାରତରେ ପାଳିତହେଉଥିବା ପର୍ବପର୍ବାଣୀଗୁଡ଼ିକମଧ୍ୟରେ ଦୀପାବଳି ଅନ୍ୟତମ ।ଏହିପର୍ବ ପାଳନରେ ଅନେକ ଶାସ୍ତ୍ରମତ ଅନ୍ତର୍ନିହିତ ରହିଛି । ପ୍ରାନ୍ତୀୟସ୍ତରରେ ମଧ୍ୟ ଭିନ୍ନ । ଭାରତର ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣସବୁଠି ନିଆରା ଭାବେ ଲୋକେ ପାଳନ କରିଥାନ୍ତି ଆଲୋକର ପର୍ବ ଦୀପାବଳି । ଦୀପାବଳି ଅମାବାସ୍ୟାରେ ଦୀପ ପ୍ରଜ୍ଜ୍ୱଳନ ବା ଦୀପଦାନ ମୁଖ୍ୟ ହୋଇଥିଲେ ମଧ୍ୟ ଏହାର ପ୍ରଥା ଏବଂ ପରମ୍ପରା ଭିନ୍ନ । ଅସତୋମା ସଦ୍ଗମୟ ।ତମସୋମାଜ୍ୟୋତିର୍ଗମୟ । ମୃତ୍ୟୋର୍ମା ଅମୃତଂଗମୟାା
ଉପରୋକ୍ତ ତିନିଟି ପଂକ୍ତିକୁ ଯଦି ଆମେହୃଦୟର ସହ ବିଚାର କରିବା ତେବେ ଭାରତୀୟ ସଂସ୍କୃତିରେ ଦୀପାବଳିର ମହାନୀୟତା ପ୍ରତିପାଦିତ ହେଉଛି ।
ଭାରତବର୍ଷରେ ଦୀପାବଳିର ମହତ୍ୱ ସହିତ ବହୁ କିମ୍ବଦନ୍ତୀ ଏବଂ ଶାସ୍ତ୍ର ତଥା ପୁରାଣ ମତ ଜଡିତ ରହିଛି ।
ପୂର୍ବ ଭାରତ ଓଡ଼ିଶା କଥା ବିଚାର କଲେ ଜଣାଯାଏ ଯେ ଦୀପାବଳିରେ ମୁଖ୍ୟତଃ ପୂର୍ବପୁରୁଷଙ୍କୁ ପୟାଶ୍ରାଦ୍ଧ, ତର୍ପଣ, ବଡ ବଡୁଆ ଡାକ, ଚଉରା ପୂଜା ଏବଂ ଇଷ୍ଟ ଦେବଦେବୀଙ୍କ ପୂଜାର୍ଚ୍ଚନା ସହିତ ପିତୃପୁରୁଷଙ୍କ ଉଦେ୍ଦଶ୍ୟରେ ଦୀପଦାନ କରାଯାଏ । ଶାସ୍ତ୍ରବିଦିତ ପ୍ରଚଳିତ ପ୍ରଥା ଅନୁଯାୟୀ ଆଶ୍ୱିନ (ଅମାବାସ୍ୟାମହାଳୟା) କୃଷ୍ଣପକ୍ଷରେ ପିତୃଲୋକସ୍ୱର୍ଗ ପରିତ୍ୟାଗ କରି ଧରାବତରଣ କରଥାନ୍ତି । କାର୍ତ୍ତିକ ଅମାବାସ୍ୟାରେ ପୁନଶ୍ଚ ପିତୃଲୋକ ପ୍ରତ୍ୟାବର୍ତ୍ତନ କରନ୍ତି । ପିତୃପୁରୁଷଙ୍କ ଉଦେଶ୍ୟରେ ଏହି ଦିନଟିକୁ ଉତ୍ସର୍ଗୀକୃତକରିଥାନ୍ତି ଉତ୍କଳବାସୀ ।
ପଶ୍ଚିମ ଭାରତ ଯଥା ଗୁଜରାଟ ଓ ରାଜସ୍ଥାନ ଆଦି ରାଜ୍ୟରେ ଦୀପାବଳି ଅମାବାସ୍ୟାରମହତ୍ୱଭିନ୍ନ । କିମ୍ବଦନ୍ତୀ ଅନୁସାରେମା’ ଲକ୍ଷ୍ମୀଏହିଦିନ ସମୁଦ୍ର ମନ୍ଥନରୁ ଆବିର୍ଭୁତହୋଇଥିଲେ । ଏହି ଉଦେ୍ଦଶ୍ୟ ହେତୁଏହି ଦିନ ମା’ ଲକ୍ଷ୍ମୀ, ଅଗ୍ରପୂଜ୍ୟ ଶ୍ରୀଗଣେଶ, ଧନଦେବତା କୁବେର ଏବଂ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କର ପୂଜାର୍ଚ୍ଚନା କରାଯାଏ । ବ୍ୟବସାୟ ପ୍ରତିଷ୍ଠାନ ପୂଜା, ଖାତା ପୂଜା, ଦୀପପ୍ରଜ୍ଜ୍ୱଳନ ଏବଂ ନୂତନ ବର୍ଷକୁ ସ୍ୱାଗତ କରିଥାନ୍ତି ଗୁଜରାଟ ଓ ରାଜସ୍ଥାନବାସୀ । ଏହିଦିନ ନବନସ୍ତ୍ର ପରିଧାନ ପାରମ୍ପରିକ ଉପହାର ପ୍ରଦାନ ସହିତ ଉତ୍ସବ ପାଳନ କରାଯାଏ ।
ଠିକ୍ ସେହିପରି ମଧ୍ୟ ଉତ୍ତରପ୍ରଦେଶର ଅଯୋଧ୍ୟା ପ୍ରାନ୍ତରେ ଦୀପାବଳୀର ମହତ୍ୱ ସାମାନ୍ୟ ଭିନ୍ନ । ଏହିଦିନ ପ୍ରଭୁ ଶ୍ରୀରାମ୍, ରାବଣଙ୍କୁ ନିଧନକରି ମାତାସୀତାଙ୍କୁ ଉଦ୍ଧାର କରଥିଲେ । ୧୪ ବର୍ଷ ବନବାସ ପରେ ଦୀପାବଳି ଦିନ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ । ସେହିଦିନ ସମଗ୍ର ଅଯୋଧ୍ୟାବାସୀ ଦୀପ ପ୍ରଜ୍ଜ୍ୱଳନକରି ଅଯୋଧ୍ୟାକୁ ଆଲୋକିତ କରିଥିଲେ ।ଏହି ଦିବସକୁ ସ୍ମରଣ କରିବା ଉଦେ୍ଦଶ୍ୟରେ ଦୀପାବଳି ଅମାବାସ୍ୟାରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଆଲୋକର ପର୍ବ ପାଳିଥାନ୍ତି। ଅଜ୍ଞାନ ଅସତ୍ୟ ଅନ୍ଧକାରଉପରେଜ୍ଞାନ ସତ୍ୟ ତଥା ଆଲୋକରବିଜୟର ପ୍ରତୀକସ୍ୱରୂପ ଦୀପ ପ୍ରଜ୍ଜ୍ୱଳନ କରାଯାଏ ।ଶ୍ରୀରାମଚନ୍ଦ୍ରଙ୍କ ବିଜୟଏବଂ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଉଦେ୍ଦଶ୍ୟରେ ଦୀପ ପ୍ରଜ୍ଜ୍ୱଳନ ଏବଂଉତ୍ସବ ପାଳନ କରାଯାଉଛି ।
ସେହିପରି ଜୈନ ଧର୍ମାବଲମ୍ବୀଙ୍କ ମତରେ ଏହି ଦିବସରେ ଚତୁର୍ବିଂଶ ତୀର୍ଥଙ୍କର ମହାବୀର ନିର୍ବାଣ ପ୍ରାପ୍ତ ହୋଇଥିଲେ ।
ଉପରୋକ୍ତବିଷୟକୁବିଚାରକରାଗଲେଏହା ସ୍ପଷ୍ଟ ଯଣାଯାଏ ଯେ ଦୀପାବଳି ଭାରତବର୍ଷର ଗୋଟିଏ ମହାନ୍ ପର୍ବ। ଏଣୁ ଦୀପାବଳୀ ପାଳନ ଉଦେ୍ଦଶ୍ୟ ଭେଦରେ ଦ୍ୱିମତ ବା ମତାନ୍ତର ନାହିଁ ।ଏହି ପର୍ବଭାରତର ଅନେକତାରେ ଏକତାର ନିଦର୍ଶନ ଏବଂ ସର୍ବୋପରି ଅନ୍ଧାର ଅଜ୍ଞାନ ଅସତ୍ୟଉପରେ ଆଲୋକଜ୍ଞାନ ଏବଂ ସତ୍ୟର ବିଜୟର ପ୍ରତୀକ ।