ଧର୍ମେନ୍ଦ୍ରଙ୍କ ପ୍ରୟାସ ଆଣି ଦେଇଛି ବିକାଶ । ରାଜ୍ୟରୁ ଯାଇ ସାରା ଦେଶରେ ଓଡ଼ିଶା ପାଇଁ ସୃଷ୍ଟି ହୋଇଛି ବିକାଶର ନୂଆ ଅଧ୍ୟାୟ । ଶିକ୍ଷାରୁ ନେଇ ଶୌଚାଳୟ, ସ୍ୱାସ୍ଥ୍ୟରୁ ନେଇ ରୋଷେଇ ଘର ସବୁଠି ପହଂଚାଇଛନ୍ତି ବିକାଶର ଛାପ । ଦେଶବାସୀଙ୍କ ପାଇଁ ଧର୍ମେନ୍ଦ୍ର ହେଉଛନ୍ତି ଉଜ୍ଜ୍ୱଳା ମ୍ୟାନ । ଆଉ ରାଜ୍ୟ ରାଜନୀତିରେ ସେ ହେଉଛନ୍ତି ଚାଣକ୍ୟ । ତାଙ୍କ ବିକାଶର ତାଲିକାକୁ ଦେଖିଲେ ଆଖି ପାଇବନି । ତଥାପି ରାଜ୍ୟ ପାଇଁ ତାଙ୍କ ପ୍ରଚେଷ୍ଟା ସବୁବେଳେ ଆଗରେ ।
ରାଜନୀତିରେ ପାଦ ଥାପିବା ପରେ ୨୦୦୦ ମସିହାରେ ବିଧାୟକ ଓ ୨୦୦୪ ମସିହାରେ ପ୍ରଥମ ଥର ପାଇଁ ଦେଓଗଡରୁ ଲୋକସଭା ଆସନ ଜିତି ଦିଲ୍ଲୀ ଦରବାରରେ ଓଡ଼ିଶା ପାଇଁ ସ୍ୱର ସାଜିଥିଲେ ଧର୍ମେନ୍ଦ୍ର । କିନ୍ତୁ ମୋଦୀ ଯୁଗର ପ୍ରାରମ୍ଭ ପରେ ସାମ୍ନାକୁ ଆସିଥିଲା ତାଙ୍କ ଦକ୍ଷତାର ପରିଚୟ । ଏଥିସହ ସେ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱାସ ଜିତି ପ୍ରଥମେ କେନ୍ଦ୍ର ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ଓ ପରେ ପେଟ୍ରୋଲିୟମ କ୍ୟାବିନେଟ ମନ୍ତ୍ରୀ ଭାବେ ଦୟିତ୍ୱ ସମ୍ଭାଳିଥିଲେ । ପରେ ପରେ କେନ୍ଦ୍ର ଦକ୍ଷତା ଓ ଉଦ୍ୟୋଗୀ ମନ୍ତ୍ରୀ ଓ ବର୍ତମାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦେଶ ପାଇଁ ଦାୟିତ୍ୱ ତୁଲାଉଛନ୍ତି ।
ଦେଶ ପାଇଁ ଦାୟିତ୍ୱ ତୁଲାଇବା ଭିତରେ ସବୁ ରାଜ୍ୟର ବିକାଶ ସହ ନିଜ ମାଟି ଓଡ଼ିଶା ପାଇଁ ତାଙ୍କର ରହିଛି ବିକାଶର ପ୍ରାଥମିକତା । ସେ ପିଏମ-ଶ୍ରୀ ସ୍କୁଲ ହେଉ କିମ୍ବା କେନ୍ଦ୍ରୀୟ ବିଦ୍ୟାଳୟ, ଏକଲବ୍ୟ ମଡେଲ ସ୍କୁଲ ହେଉ କି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଓଡ଼ିଶାକୁ ଶିକ୍ଷା କ୍ଷେତ୍ରରେ ୧ ନମ୍ବର କରିବାର ପ୍ରୟାସ ପାଇଁ ସେ ଓଡ଼ିଆଙ୍କ ପ୍ରିୟ ପାତ୍ର ହୋଇପାରିଛନ୍ତି । ପାରାଦୀପରେ ପ୍ରାକୃତିକ ତୈଳ ବିଷୋଧନ ପ୍ରକଳ୍ପ ଓ ପ୍ଲାଷ୍ଟିକ ପାର୍କ ଓଡ଼ିଶାରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।
କେବଳ ଶିକ୍ଷା କ୍ଷେତ୍ର ନୁହେଁ ଦେଶରେ ନୂଆ ଉଦ୍ୟୋଗୀ ସୃଷ୍ଟି ହେବା ସହ ଯୁବପିଢୀଙ୍କୁ ସ୍କିଲ ଡେଭ୍ଲପମେଂଟ ଏବଂ ଟେକ୍ନୋଲୋଜି କ୍ଷେତ୍ରେରେ ଆଗକୁ ନେବାରେ ତାଙ୍କର ରହିଛି ଅଗ୍ରଣୀ ଭୂମିକା । ସେଥିପାଇଁ ଓଡ଼ିଶାରେ ନ୍ୟାସନାଲ ସ୍କିଲ ଟ୍ରେନିଂ ଇନଷ୍ଟିଚୁ୍ୟଟ ଖୋଲିବା ସହ ୧୦୦ କୁ୍ୟବ ଷ୍ଟାର୍ଟଅପ ପ୍ରକଳ୍ପ, ଆଇଆଇଏମ୍ ସମ୍ବଲପୁର ସ୍ଥାୟୀ କ୍ୟମ୍ପସ ପରି ଅନେକ ସୁଯୋଗ ସୃଷ୍ଟି କରାଇଛନ୍ତି ଯୁବପିଢୀଙ୍କ ପାଇଁ ।
ରାଜ୍ୟରେ ଉଜ୍ଜ୍ୱଳା ମ୍ୟାନ ଧର୍ମେନ୍ଦ୍ର ଘରୋଇ ମହିଳାଙ୍କ ସୁବିଧା ।ଇଁ ବ୍ଲକସ୍ତରରେ ଯେପରି ଗ୍ୟାସ ଡିଲର ନେଟନୱାର୍କ ସ୍ଥାନ କଲେ ସେଥି ଯୋଗୁ ୬୦ ଲକ୍ଷରୁ ଅଧିକ ମହିଳା ମାଗଳା ଗ୍ୟାସ କନେକ୍ସନ ପାଇ ପାରିଲେ । ସେହିପରି ପେଟ୍ରୋଲ ପମ୍ପ ରାଜ୍ୟ କୋଣ ଅନୁକୋଣରେ ଖୋଲି ଲୋକଙ୍କୁ ସୁବିଧା କରାଇଥିଲେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ହିସାବରେ ଓଡ଼ିଆ ଭାଷାରେ ରାଜ୍ୟରେ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାଦାନ କୁ ସୁବିଧା କରାଇବାରେ ତାଙ୍କର ଭୂମିକା ଐତିହାସିକ ।