କେନ୍ଦୁଝର: ଖୁବଶୀଘ୍ର କେନ୍ଦୁଝରରେ ପ୍ରତିଷ୍ଠା ହେବାକୁ ଯାଉଛି ମେଗା ଷ୍ଟିଲ୍ ପ୍ଲାଣ୍ଟ । ଜେଏସଡବ୍ଲ୍ୟୁ ଓ ପୋକ୍ସୋର ମିଳିତ ଉଦ୍ୟମରେ ଏହି ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବା ନେଇ ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦୁଝର ଗସ୍ତ ସମୟରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ସୂଚନାଯୋଗ୍ୟ ଯେ, କେନ୍ଦୁଝରରେ ପ୍ରତିଷ୍ଠା ହେବାକୁ ଯାଉଛି ମେଗା ଷ୍ଟିଲ ପ୍ଲାଣ୍ଟ। ଜେଏସଡବ୍ଲୁ-ପୋସ୍କୋ ମିଳିତ ଉଦ୍ୟମରେ ଏହି ପ୍ଲାଣ୍ଟ୍ ପ୍ରତିଷ୍ଠା ହେବ । ନିକଟରେ ଦିଲ୍ଲୀ ଓ ମୁମ୍ବାଇରେ ‘ମେକ୍ ଇନ୍ ଓଡ଼ିଶା’ର ରୋଡ୍ ସୋ’ ଆୟୋଜନ ହୋଇଥିବା ବେଳେ ଏଥିରେ ଓଡିଶା ସରକାରଙ୍କ ପକ୍ଷରୁ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେତେବେଳେ ଉଭୟ ଜେଏସ୍ଡବ୍ଲ୍ୟୁ ଓ ପୋସ୍କୋ ସହିତ ଆଲୋଚନା ହୋଇଥିବା ବେଳେ ଏହି ୨ କମ୍ପାନି ବୁଝାମଣା ପତ୍ର ସ୍ୱାକ୍ଷର କରିଥିବା ସୂଚନା ମିଳିଛି ।
ପ୍ରକାଶଥାଉ କି, ୨୦୦୫ ମସିହାରେ ଜଗତସିଂହପୁରରେ ଇସ୍ପାତ ପ୍ରକଳ୍ପ ପାଇଁ ଏମଓୟୁ ସ୍ୱାକ୍ଷର ହୋଇଥିବା ବେଳେ ସେତେବେଳେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ କମ୍ପାନୀ ପ୍ରକଳ୍ପରୁ ଓହରି ଯାଇଥିଲା । ୨୦୧୭ ମସିହାରେ ଏହା ଘଟିଥିଲା ।