ନୂଆଦିଲ୍ଲୀ: ସୋମବାର ସେୟାର ମାର୍କେଟରେ ଏକ ମହତ୍ତ୍ୱପୂର୍ଣ୍ଣ ହ୍ରାସ ଘଟିଛି, ଉଭୟ ନିଫ୍ଟି ଏବଂ ସେନ୍ସେକ୍ସ ଏକ ସପ୍ତାହ ଆପେକ୍ଷିକ ସ୍ଥିରତା ପରେ ପୁନର୍ବାର ତଳକୁ ଖସିବା ଆରମ୍ଭ କରିଛନ୍ତି | ସେନସେକ୍ସ ୧୧୦୦ ପଏଣ୍ଟରୁ ଅଧିକ ଖସିଥିବା ବେଳେ ନିଫ୍ଟି ଖସିଛି ୪୦୦ ପଏଣ୍ଟ। ମାର୍କେଟରୁ ବିଦେଶୀ ନିବେଶକାରୀମାନେ ପୁଞ୍ଜି ପ୍ରତ୍ୟାହାର କରି ନେଉଥିବାରୁ ମାର୍କେଟ କ୍ରାସ୍ କରିଥିବା କୁହାଯାଉଛି। କେବଳ ଅକ୍ଟୋବରରେ ବିଦେଶୀ ନିବେଶକାରୀ ୧ ଲକ୍ଷ ୧୩ ହଜାର ୮୫୮ କୋଟି ଟଙ୍କା ପ୍ରତ୍ୟାହାର କରି ନେଇଛନ୍ତି। ଆଗକୁ ମାର୍କେଟର ସ୍ଥିତି କଣ ହେବ, ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ତା ସହିତ ହାଇ ଭ୍ୟାଲୁଏସନ୍ ଓ ରିଟର୍ଣ୍ଣ କମ୍ ହେବାର ଆଶଙ୍କା ଦେଖା ଦେଇଛି। ଏହି କାରଣରୁ ବିଦେଶୀ ନିବେଶକାରୀ ନିଜର ପୁଂଜି ପ୍ରତ୍ୟାହାର କରିନେଇଥିବା କୁହାଯାଉଛି। ଏଥିପାଇଁ କିଛି ଦିନ ଭିତରେ ସର୍ବୋଚ୍ଚସ୍ତରରୁ ୮ ପ୍ରତିଶତ ଖସିଛି ମାର୍କେଟ। ଆଗକୁ ମଧ୍ୟ ପ୍ରମୁଖ କମ୍ପାନିଗୁଡ଼ିକ ଭଲ ଲାଭ କରିନପାରନ୍ତି ବୋଲି ଆଶଙ୍କା କରାଯାଉଛି। ତେଣୁ ଭାରତର ମାର୍କେଟରୁ ବିଦେଶୀ ନିବେଶକାରୀ ନିଜର ଅର୍ଥ କାଢ଼ି ନେଉଛନ୍ତି।