ଭୁବନେଶ୍ୱର: ସାରା ବିଶ୍ୱରେ କ୍ୟାନ୍ସର ସାଙ୍ଘାତିକ ରୋଗ ଭାବେ ଆତଙ୍କ ଖେଳାଉଥିବା ବେଳେ ଏହି ରୋଗ ସମ୍ପର୍କରେ ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୭ ତାରିଖକୁ ଜାତୀୟ କର୍କଟ ରୋଗ ସଚେତନତା ଦିବସ ଭାବେ ପାଳନ କରାଯାଇଥାଏ । ୨୦୧୪ ମସିହାରୁ ଏହି ଦିବସକୁ ଦେଶବ୍ୟାପୀ ପାଳନ କରାଯାଉଛି।
ବିଶ୍ୱସ୍ତରରେ କର୍କଟ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଇ ଚାଲିଥିବା ବେଳେ ଦେଶରେ ମଧ୍ୟ କର୍କଟ ମୃତ୍ୟୁହାର ଖୁବ ଆଗରେ ଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଦେଶରେ ଏଜାତୀୟ କର୍କଟ ରୋଗ ସଚେତନତା ଦିବସହି ରୋଗରେ ପ୍ରତିବର୍ଷ ପ୍ରାୟ ୧୦ଲକ୍ଷରୁ ଅଧିକ ପୀଡିତ ହେଉଥିବା ସୂଚନା ମିଳିଛି।
ଅପରପକ୍ଷରେ ତେବେ ଏହି ରୋଗ ବୃଦ୍ଧି ପାଇବାର ପ୍ରମୁଖ କାରଣ ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ, ମାନସିକ ଚାପ, ଖାଦ୍ୟପେୟରେ ପରିବର୍ତ୍ତନ ତଥା ଶାରୀରିକ ପରିଶ୍ରମର ଅଭାବ ଆଦି ହୋଇଥିବା ବେଳେ ସଠିକ ସମୟରେ ଏହାର ଚିକିତ୍ସା କରାନଗଲେ ଏହା ଭୟାବହ ହୋଇଥାଏ। ତେବେ ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଦିଗରେ ଭାରତୀୟ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ୨୦୧୪ ମସିହାରେ ପ୍ରଥମେ ଆରମ୍ଭ ହୋଇଥିଲା ଜାତୀୟ କ୍ୟାନ୍ସର ସଚେତନତା ଦିବସ। ପ୍ରତିବର୍ଷ ନଭେମ୍ବର ୭ ତାରିଖରେ ଏହି ଦିବସ ପାଳନ ଆରମ୍ଭ ହୋଇଥିବା ବେଳେ କ୍ୟାନ୍ସର ରୋଗର ଚିକିତ୍ସା ତଥା ନିରାକରଣ ସହିତ ଏହି ରୋଗର ପୂର୍ବାନୁମାନ ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ଅଟେ। ତେବେ କର୍କଟ ରୋଗ ପାଇଁ ଭାରତୀୟ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ରୋଗ ପ୍ରତିରୋଧ ଉପରେ ପର୍ଯ୍ୟବେସିତ ତଥା ଅନୁସନ୍ଧାନକୁ ତ୍ୱରାନ୍ୱିତ କରିବା ଏବଂ ପ୍ରାଥମିକ ଅବସ୍ଥାରେ ଏହି ରୋଗର ନିରାକରଣ ଏବଂ ଚିକିତ୍ସା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପୂର୍ବରୁ ଅନେକ ପଦକ୍ଷେପ ଏବଂ କାର୍ଯ୍ୟକ୍ରମ ହୋଇଛି।