ଭୁବନେଶ୍ୱର : ହାଇସ୍କୁଲ ଶିକ୍ଷକ ଏବଂ କର୍ମଚାରୀଙ୍କ ପାଇଁ ଶୁକ୍ରବାର ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଖୁସି ଖବର ଦେଇଛନ୍ତି । ଗୃହ ନିର୍ମାଣ ପାଇଁ ଅଗ୍ରୀମ ଟଙ୍କା ମିଳିବ । ସେହିପରି ପୁରୁଣା ଜମିରେ ନୂଆ କୋଠା କରିବା ପାଇଁ ମଧ୍ୟ ଅର୍ଥ ମିଳିବ । ଯଦି ଜଣେ ହାଇସ୍କୁଲ ଶିକ୍ଷକ କୋଠା କିଣିବା ପାଇଁ ଚାହୁଁଛନ୍ତି ତାହାଲେ ମଧ୍ୟ ଅଗ୍ରୀମ ଅର୍ଥ ମିଳିବ । ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଡିଇଓଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି। ନୂଆ ଜମି ଓ ଘର କିଣିବା ପାଇଁ ଆବେଦନକାରୀଙ୍କୁ ତଥ୍ୟ ପ୍ରଦାନ ପାଇଁ କୁହାଯାଇଛି। ନୂଆ ଜମି କ୍ରୟ ପାଇଁ ଆବେଦନ କରିଥିବା ଶିକ୍ଷକ ତଥ୍ୟ ଦେବେ। ଜମିର ମୂଲ୍ୟ ଓ ବିକ୍ରେତାଙ୍କ ଏଗ୍ରିମେଣ୍ଟକୁ ମଧ୍ୟ ଦାଖଲ କରିବେ।