ସାଧାରଣତଃ ରୋଷେଇ ଘରେ ଲବଙ୍ଗ ମିଳିଥାଏ । ଲବଙ୍ଗକୁ ମଧ୍ୟ ପୂଜା ବ୍ୟବହାର କରାଯାଏ। ଲବଙ୍ଗ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ଲବଙ୍ଗର ପାଣିକୁ ପିଇଲେ ଥଣ୍ଡା, କାଶ ପରି ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ଯଦି ଆପଣ ସକାଳେ ଲବଙ୍ଗ ପାଣି ପିଅନ୍ତି, ତେବେ ଏହା ଶରୀର ପାଇଁ ଅନେକ ଲାଭ ଦାୟକ ହୋଇଥାଏ । ଲବଙ୍ଗରୁ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯାହା ପାଣିରେ ମିଶି ଶରୀରକୁ ଯାଇଥାଏ ଏବଂ ଅନେକ ଲାଭ ପ୍ରଦାନ କରେ । ଆସନ୍ତୁ ଜାଣିବା ଲବଙ୍ଗ ପାଣି ପିଇବାର ଫାଇଦା।
ବାତ, ପିତ୍ତ ଏବଂ କଫ ନିୟନ୍ତ୍ରଣରେ ରହିବ :- ଆୟୁବେର୍ଦରେ ବାତ, ପିତ୍ତ ଏବଂ କଫ ସମସ୍ତ ରୋଗର ମୂଳ ବୋଲି ବିବେଚନା କରାଯାଏ । ବାତ, ପିତ୍ତ ଏବଂ କଫର ବାଲାନ୍ସ ଠିକ୍ ନ ହେଲେ ଅନେକ ପ୍ରକାରର ରୋଗ ସୃଷ୍ଟି ହୁଏ । ବିଶେଷ କରି ଏହା ପେଟ, ଗଳା, ନାକ ଏବଂ ସ୍କିନର ସମସ୍ୟା ସୃଷ୍ଟି କରିପାରେ । ଏହି ତିନୋଟି ରୋଗକୁ ବାଲାନ୍ସ କରିବାରେ ଲବଙ୍ଗ ପାଣି ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି । ଏହା ସହ ଲବଙ୍ଗ ପାଣି ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ସହ ପେଟକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ । ଲବଙ୍ଗ ପାଣି ପିଇବା ଦ୍ୱାରା ପେଟ ଜଳିବା ପରି ସମସ୍ୟା ଏବଂ ଏସିଡିଟିକୁ କମ୍ କରିଥାଏ ।
ହଜମ ପ୍ରକ୍ରିୟାରେ ଉନ୍ନତି ହେବ :- ଯେଉଁମାନେ ସକାଳେ ଖାଲି ପେଟରେ ଲବଙ୍ଗ ପାଣି ପିଅନ୍ତି, ସେମାନଙ୍କର ହଜମ ପ୍ରକ୍ରିୟା ଅଧିକ ଷ୍ଟ୍ରଙ୍ଗ ହୋଇଥାଏ । ଏହି ପାଣିକୁ ପିଇବା ଦ୍ୱାରା ଗ୍ୟାସ୍, ଏସିଡିଟି ଏବଂ ପେଟ ଯନ୍ତ୍ରଣା ଭଳି ସମସ୍ୟା ଦୂର ହୋଇଥାଏ । ଲବଙ୍ଗ ପାଣି ପିଇଲେ ଶରୀରରେ ଏନଜାଇମ୍ ବଢ଼ିଥାଏ, ଯାହା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ ।
ଶୋଷ ଏବଂ ପେଟ ଜଳିବା କମ୍ କରେ :- ଯଦି ଆପଣଙ୍କୁ ଅଧିକ ଶୋଷ ଲାଗୁଛି ଏବଂ ପେଟ ଜଳିବା ପରି ସମସ୍ୟା ହେଉଛି ତେବେ ଆପଣ ଲବଙ୍ଗର ପାଣି ପିଇପାରିବେ । ଲବଙ୍ଗ ପ୍ରକୃତରେ ଗରମ ହୋଇଥାଏ କିନ୍ତୁ ଲବଙ୍ଗର ପାଣି ଥଣ୍ଡା ହୋଇଥାଏ । ଏଥିରେ ଶୋଷ କମ୍ ଲାଗିଥାଏ ଏବଂ ପେଟ ଜଳୁଥିବା ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଲବଙ୍ଗର ପାଣି ପିଇବା ଦ୍ୱାରା ଶରୀର ହାଇଡ୍ରେଟ୍ ରହିଥାଏ ।
ଓଜନକୁ କମ୍ କରିବାରେ ସାହାଯ୍ୟ :-ସକାଳେ ଖାଲି ପେଟରେ ଲବଙ୍ଗ ପାଣି ପିଇବା ଦ୍ୱାରା ମେଟୋବୋଲିଜିମ୍ ବଢ଼ିଥାଏ । ଏହା ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ । ଭୋକ କମିଯାଏ ଏବଂ ଅତ୍ୟଧିକ ଖାଦ୍ୟକୁ ମଧ୍ୟ କଣ୍ଟ୍ରୋଲ କରିଥାଏ । ଲବଙ୍ଗରେ ଉପାଦାନ ଥାଏ ଯାହା ଚର୍ବିକୁ ଶୀଘ୍ର ଜାଳିବାରେ ସାହାଯ୍ୟ କରିଥାଏ ।