ଶ୍ରୀନଗର: ଜମ୍ମୁ କଶ୍ମୀରରେ ଦିନକୁ ଦିନ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଶ୍ରୀନଗର ନିକଟ ନିଶାତ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି। ଏଠାରେ ଥିବା ଏକ ଘରେ ଆତଙ୍କବାଦୀମାନେ ଲୁଚିଥିବା ସନ୍ଦେହ କରାଯାଇ ସର୍ଚ୍ଚ ଅପେରସନ ଜାରି ରହିଛି। ଏମାନଙ୍କ ସଂଖ୍ୟା ପ୍ରାୟ ୩ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ସେମାନଙ୍କୁ ଧରିବା ପାଇଁ ରବିବାର ସକାଳେ ଅପରେସନ୍ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଡାଚିଗାମ ଜାତୀୟ ଉଦ୍ୟାନ ଏବଂ ଜ଼ବାରୱାନ ଜଙ୍ଗଲର ଅଞ୍ଚଳରେ ସେନାବାହିନୀ ଓ ସିକ୍ୟୁରିଟି ଫୋର୍ସର ମିଳିତ ଉଦ୍ୟମରେ ଏହି ଅପେରସେନ ଆରମ୍ଭ ହୋଇ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି।
ପ୍ରକାଶଥାଉକି, ପୂର୍ବରୁ ମଧ୍ୟ ସୋପୋର ଅଂଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିବା ବେଳେ ଏହି ସମୟରେ ଯବାନମାନେ ଜଣେ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ସେହିପରି ଗତ ସପ୍ତାହରେ ଜମ୍ମୁ-କଶ୍ମୀରରେ ସୁରକ୍ଷାବାହିନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ଶୀର୍ଷ ପାକିସ୍ତାନୀ କମାଣ୍ଡର ଏବଂ ଅନ୍ୟ ୨ ଜଣ ଆତଙ୍କବାଦୀଙ୍କୁ ୨ଟି ଏନକାଉଣ୍ଟରରେ ନିପାତ କରିଥିବା ସୂଚନା ମିଳିଥିଲା। ଏହି ସମୟରେ ଶ୍ରୀନଗର ଓ ଅନନ୍ତନାଗରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଆହୁରି ମଧ୍ୟ ଗତ ସପ୍ତାହରେ ଶ୍ରୀନଗରରେ ଘଟିଥିବା ଏନକାଉଣ୍ଟର ପ୍ରାୟ ଦୁଇ ବର୍ଷ ପରେ ଏହି ଅଂଚଳରେ ହୋଇଥିଲା। ଏହି ଦୁଇଟି ଏନକାଉଣ୍ଟରରେ ସୁରକ୍ଷାବାହିନୀ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ଗତ ଶୁକ୍ରବାର ଜମ୍ମୁ-କଶ୍ମୀରର ବାରାମୁଲା ଜିଲ୍ଲାର ସୋପୋର ଅଞ୍ଚଳରେ ସୁରକ୍ଷାବାହିନୀ ସହ ଏନକାଉଣ୍ଟର ଘଟି ୨ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଶ୍ରୀନଗର ଗ୍ରେନେଡ୍ ଆକ୍ରମଣରେ ଲସ୍କର-ଇ-ତୋଏବାର ୩ ଜଣ ସହଯୋଗୀ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଥିଲା।