ନୂଆଦିଲ୍ଲୀ : ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ରୁର୍କି (ଆଇଆଇଟି-ଆର) ଗ୍ରାଜୁଏଟ୍ ଆପ୍ଟିଚ୍ୟୁଡ୍ ଟେଷ୍ଟ୍ ଇଞ୍ଜିନିୟରିଂ (ଗେଟ) ୨୦୨୫ ପାଇଁ ଏହାର ଅଫିସିଆଲ୍ ୱେବସାଇଟ୍ ଗେଟ ୨୦୨୫ . ଏଇ ଏଇ ଟି ଆର.ଏସି.ଇନ ରେ ପ୍ରକାଶ କରିଛି। ୨୦୨୫ ଫେବୃଆରୀ ୧,୨,୧୫ ଓ ୧୬ରେ ଏହି ପରୀକ୍ଷା ହେବ । ପ୍ରତିଦିନ ଦୁଇଟି ସିପ୍ଟରେ ପରୀକ୍ଷା କରାଯିବ । ପ୍ରଥମ ସିପ୍ଟ ୯.୩୦ରୁ ୧୨.୩୦ ଓ ଦ୍ୱିତୀୟଟି ୨.୩୦ରୁ ୫.୩୦ ଯାଏଁ ଆୟୋଜିତ ହେବ । ପ୍ରତି ସିପ୍ଟର ସମୟ ରହିବ ୩ ଘଣ୍ଟା । ଗେଟରେ ଛାତ୍ରୀ , ଛାତ୍ର ଯେଉଁ ନମ୍ବର ସ୍କୋର କରିବା ତାହା ୩ ବର୍ଷ ଯାଏଁ ବୈଧ ରହିବ । ତେଣୁ ଯେଉଁମାନେ ଗେଟ ପାଇଁ ଆବେଦନ କରିଛନ୍ତି, ପୁନର୍ବାର ସେମାନଙ୍କ ଫର୍ମ ଯାଞ୍ଚ କରାଇ, ସେଥିରେ ଥିବା ତ୍ରୁଟି ସଂଶୋଧନ କରିନିଅନ୍ତୁ । ତ୍ରୁଟି ସଂଶୋଧନ ପାଇଁ ଚଳିତ ମାସ ୨୦ ତାରିଖ ଯାଏଁ ସୁବିଧା ରହିଛି । ତେଣୁ ତ୍ରୁଟି ସଂଶୋଧନ ପାଇଁ ହାତରେ ସମୟ ଥିବାରୁ ଗେଟ ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀ ନିଜ ଆବେଦନ ପତ୍ରକୁ ଯାଞ୍ଚ କରାଇନିଅନ୍ତୁ, ଯେମିତି ଅନୁଷ୍ଠାନ ପରେ ଏହାକୁ ଖାରଜ କରି ନ ଦେଉ । ମଲ୍ଟିପଲ ଚଏସ ପ୍ରଶ୍ନ ସେକ୍ସନରେ ଭୁଲ ଉତ୍ତର ଦେଲେ ନେଗେଟିଭ ମାର୍କିଂ ହେବ ।