ପନିପରିବା, ଯାହା ଖାଦ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ଅନେକ ପୋଷକ ତତ୍ତ୍ୱରେ ଭରପୂର | ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନେକଙ୍କ କ୍ଷେତ୍ରରେ ବ୍ଲଡ ପ୍ରେସର ସମସ୍ୟା ଦେଖିବାକୁ ମିଳୁଛି । କେହି କେହି ହାଇ ବ୍ଲଡ ପ୍ରେସର ସମସ୍ୟାର ସାମ୍ନା କରୁଥିବା ବେଳେ, ଆଉ କେହି କେହି ଲୋ ବ୍ଲଡ ପ୍ରେସର ସମସ୍ୟାର ସାମ୍ନା କରୁଛନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି କଖାରୁ ରସ ବ୍ଲଡ ପ୍ରେସର କଣ୍ଟ୍ରୋଲ କରିବା ସହିତ ବହୁ ବଡ ବଡ ରୋଗରୁ ରକ୍ଷା କରିଥାଏ ।କଖାରୁ ରସ ରେ ଭିଟାମିନ୍’ସି’, ଭିଟାମିନ୍ ‘ଇ’ଭଳି ଆହୁରି ଅନେକ ଗୁଣକାରୀ ତତ୍ୱ ମିଳିଥାଏ । ଚାଲନ୍ତୁ ଜାଣିବା କଖାରୁ ର ଔଷଧୀୟ ଗୁଣ ସମ୍ପର୍କରେ । କଖାରୁ ରସ ଆମକୁ କି ରୋଗରୁ ରକ୍ଷା କରିପାରିବ ।
ହୃଦୟକୁ ରକ୍ଷା କରେ :- କଖାରୁ ରେ ବହୁମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାଏ ଯାହା ହାର୍ଟ ରୋଗମୁକ୍ତ କରି ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
ବ୍ଲଡ ପ୍ରେସର କଣ୍ଟ୍ରୋଲ କରେ:-ଯେଉଁମାନେ ହାଇ ବ୍ଲଡ ପ୍ରେସର ରୋଗରେ ପୀଡିତ ଅଛନ୍ତି ସେମାନେ କଖାରୁ ରସ ସେବନ କରିବା ଉଚିତ୍ ।
ତ୍ୱଚାକୁ ସୁସ୍ଥ ରଖେ:- କଖାରୁ ରସ ତ୍ୱଚାକୁ ସୁସ୍ଥ ଏବଂ ସୁନ୍ଦର କରିବାରେ ସାହାଯ୍ୟ କରେ ।
ଷ୍ଟୋନ ରୋଗ:- ଆଜିକାଲି ଷ୍ଟୋନ ରୋଗରେ ଅଧିକାଂଶ ଲୋକେ ପୀଡିତ । ତେବେ ପଥର ରୋଗରେ କଖାରୁ ରସ ବେଶ ଉପକାରୀ । ନିୟମିତ କଖାରୁ ଜୁସ ପିଇବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ ।
ଓଜନ ହ୍ରାସ କରେ :- କଖାରୁ ରସକୁ ନିୟମିତ ପିଇବା ଦ୍ୱାରା ଓଜନ ମଧ୍ୟ ହ୍ରାସ ପାଇଥାଏ ।