ଏୟାର ଇଣ୍ଡିଆରେ ଭିସ୍ତାରା ମିଶିବା ଫଳରେ ଦେଶର ବିମାନ ସେବାରେ ଏକ ନୂଆ ପ୍ରତିଦ୍ବନ୍ଦିତା ଆରମ୍ଭ ହୋଇଛି । ଏହାକୁ ବିଜନେସ କ୍ଲାସ ରେସ ବୋଲି କୁହାଯାଇପାରେ। ସେହିପରି ଗତ ୧୪ ତାରିଖରେ ଇଣ୍ଡିଗୋ ପକ୍ଷରୁ ମୁମ୍ବଇ-ଦିଲ୍ଲୀ ମାର୍ଗରେ ୧୨ଟି ବିଜନେସ କାଟାଗୋରୀ ସିଟ ସହ ନିଜର ପ୍ରଥମ ବିମାନର ସଂଚାଳନ ହୋଇଛି।
ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ବିଜନେସ ଫ୍ଲାଇଟ କର୍ମଚାରୀଙ୍କର ସବୁଠାରୁ ବଡ ବଜାର କେବଳ ଏୟାର ଇଣ୍ଡିଆ ଏବଂ ଭିସ୍ତରା ପାଖରେ ଥିଲା। କିନ୍ତୁ ଏବେ ଏୟାର ଇଣ୍ଡିଆ ଓ ଭିସ୍ତାରାର ମିଶ୍ରଣ ପରେ ଏହି ବିଜନେସ କେବଳ ଏୟାର ଇଣ୍ଡିଆ ପାଖରେ ହିଁ ରହିଗଲା। ତେବେ ଗତ ୧୪ରେ ଦେଶରେ ଇଣ୍ଡିଗୋର ପ୍ରବେଶ ପରେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ମଧ୍ୟରେ କଡ଼ା ମୁକାବିଲା ହେବା ନେଇ ପୂର୍ବାନୁମାନ କରାଯାଉଛି।
ସୂଚନାଯୋଗ୍ୟ ଯେ, ଗତ ୧୪ରେ ଏୟାର ଲାଇନ ଇଣ୍ଡିଗୋରେ ଦିଲ୍ଲୀ-ମୁମ୍ବାଇ ଦେଇ ଯାଉଥିବା ମାର୍ଗରେ ବିଜନେସ କାଟାଗୋରୀରେ ପ୍ରଥମ ବିମାନର ସଂଚାଳନ ଆରମ୍ଭ ହୋଇଛି । ଏହା ଇଣ୍ଡିଗୋର ପ୍ରଥମ ବ୍ୟବସାୟିକ ବିମାନ ବୋଲି ଇଣ୍ଡିଗୋର ସିଇଓ ପିଟର ଏଲବୋର୍ସ କହିଛନ୍ତି । ଏହାସହିତ ଭବିଷ୍ୟତରେ ବିଜନେସ କ୍ଷେତ୍ରରେ ଏହାର ବହୁଳ ମାତ୍ରାରେ ବ୍ୟବହାର କରାଯାଇ ପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏନେଇ ଏୟାରଲାଇନ ପକ୍ଷରୁ ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରାଯାଇଥିଲା ।
ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ ସେମାନଙ୍କ ବିଜନେସ କ୍ଲାସ ସିଟରେ ଥିବା ବ୍ୟକ୍ତିଙ୍କୁ ସବୁ ପ୍ରକାର ସୁବିଧା ସହଯୋଗ ଯୋଗାଇ ଦିଆଯିବ । ଲଗେଜ ପାଇଁ ମଧ୍ୟ ଅଧିକ ଟଙ୍କା ଦେବାକୁ ପଡିବ ନାହିଁ । ଏବେ ଇଣ୍ଡିଗୋ ପକ୍ଷରୁ ଦିଲ୍ଲୀ-ମୁମ୍ବାଇ ମାର୍ଗରେ ଯାଉଥିବା ବିଜନେସ କ୍ଲାସ ଟିକେଟର ମୂଲ ୧୮,୦୧୮ ଟଙ୍କା ଧାର୍ଯ୍ୟ ହୋଇଛି । କିନ୍ତୁ ଅନ୍ୟ ବିମାନରେ ବିଜନେସ କ୍ଲାସ ଟିକେଟ ଏହି ବିମାନ ଠାରୁ ଅଧିକ ରହିଛି ।
ପ୍ରକାଶଥାଉ କି, କିଛିଦିନ ପୂର୍ବେ ୧୮ ବର୍ଷ ପୂର୍ତ୍ତି ଅବସରରେ ୫ ଅଗଷ୍ଟରେ ଏୟାରଲାଇନର ଏମଡି ରାହୁଲ ଭାଟିଆ ଏବଂ ସିଇଓ ପିଟର ଏଲବୋରସ ୧୪ ନଭେମ୍ବରରୁ ବିଜନେସ କ୍ଲାସ ର ସୁବିଧା ଆରିମ୍ଭ କରିବା ପାଇଁ ଘୋଷଣା କରିଥିଲେ। ତେବେ ଘୋଷଣା ଅନୁସାରେ ଇଣ୍ଡିଗୋ ପକ୍ଷରୁ ୨୨୦ ସିଟ ବିଶିଷ୍ଟ ଏ ୩୨୧ନୂଆ ବିମାନରେ ୧୨ଟି ବିଜନେସ କ୍ଲାସ ସିଟରେ ଆରମ୍ଭ ହୋଇଛି । ଏଥିରେ ୨୦୮ ସିଟ ଇକୋନୋମି ସିଟ୍ ରହିଥିବା ବେଳେ ଭବିଷ୍ୟତରେ ଇଣ୍ଡିଗୋ ଦେଶର ସମସ୍ତ ସ୍ଥାନରେ ବିଜନେସ ଦିଗରେ ଅଗ୍ରଗତି କରିବାକୁ ନେଇ ଲକ୍ଷ୍ୟ ରହିଛି । ଏଯାବତ ଇଣ୍ଡିଗୋ କେବଳ ଇକୋନମି କ୍ଲାସ୍ ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ବେଳେ ବିଜନେସ୍ କ୍ଳାସ୍ ଆରମ୍ଭ ହେବ ପରେ ଏବେ ଏୟାର ଇଣ୍ଡିଆକୁ ଟକ୍କର ଦେବାଭଳି ସ୍ଥିତି ଉପୁଜିପାରେ ।