ନୂଆଦିଲ୍ଲୀ: ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ହ୍ରାସ ଘଟିଛି । ନଭେମ୍ବର ୮ ତାରିଖ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ସାମଗ୍ରିକ ଭାବରେ ବୈଦେଶିକ ମୁଦ୍ରା ଗଚ୍ଛିତରେ ପ୍ରମୁଖ ଅଂଶ ହୋଇଥିବା ଫରେନ କରେନ୍ସି ଆସେଟ ୪.୪୬୭ ବିଲିଅନ ଡଲାର ହ୍ରାସ ପାଇ ୫୮୫.୩୮୩ ବିଲିଅନ ଡଲାର ରହିଛି । ସରକାରଙ୍କ ପକ୍ଷରୁ ପ୍ରକାଶିତ ତଥରେ କୁହାଯାଇଛି ଯେ ଏଥିସହିତ ଆଲୋଚ୍ୟ ସପ୍ତାହରେ ଭାରତର ମୋଟ ବୈଦେଶିକ ରିଜର୍ଭ ପରିମାଣ ୬.୪୭୭ ବିଲଅନ ଡଲାର ହ୍ରାସପାଇ ୬୭୫.୬୫୩ ବିଲିଅନ ଡଲାର ହୋଇଛି । ତାହାର ପୂର୍ବ ସପ୍ତାହରେ ଭାରତର ବୈଦେଶିକ ରିଜର୍ଭ ପରିମାଣ ୨.୬୭୫ ବିଲିଅନ ଡଲାର ହ୍ରାସପାଇ ୬୮୨.୧୩ ବିଲିଅନ ଡଲାର ହୋଇଥିଲା । ସେପ୍ଟେମ୍ବର ଶେଷସୁଦ୍ଧା ଏହା ୭୦୪.୮୮୫ ବିଲିଅନ ଡଲାରରେ ପହଞ୍ଚି ସର୍ବକାଳୀନ ରେକର୍ଡ କରିଥିବାବେଳେ ତାହା ପରବର୍ତ୍ତୀ ସମୟରେ କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି ।