ପର୍ଥ: ନଭେମ୍ବର ୨୨ ତାରଖରୁ ଅଷ୍ଟ୍ରେଲିଆରେ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି ବର୍ଡର-ଗାଭାସ୍କର୍ ଟ୍ରଫି। ଏନେଇ ଭାରତ ପକ୍ଷରୁ ୧୮ଜଣିଆ ଦଳ ଘୋଷଣା ହୋଇଥିବା ବେଳେ ଏହା ଆରମ୍ଭ ହେବାର ମାତ୍ର ପାଞ୍ଚ ଦିନ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଏକ ଶକ୍ତ ଝଟ୍କା। ଶନିବାର ଯୁବ ଓପନର ଶୁବମନ୍ ଗିଲ୍ ଆହତ ହୋଇଛନ୍ତି। ତେଣୁ ଆଘାତଜନିତ ସମସ୍ୟା ପାଇଁ ସେ ମ୍ୟାଚ ଖେଳିବାର ସମ୍ଭାବନା ଯଥେଷ୍ଟ କମ ଥିବା ଜଣାପଡୁଛି।
ସୂଚନାଯୋଗ୍ୟ ଯେ, ଭାରତୀୟ ‘ଏ’ ଦଳ ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ଆଭାସ କରୁଥିବା ବେଳେ ବେଳେ ଯୁବ ଓପନର ଶୁବମନ୍ ଗିଲ୍ ଙ୍କ ବାମହାତ ବୁଢ଼ା ଅଙ୍ଗୁଳିରେ ଆଘାତ ଲାଗିଛି। ଏକ୍ସ୍-ରେ ପରେ ଏହା ଭାଙ୍ଗି ଯାଇଥିବା ସ୍ପଷ୍ଟ ହୋଇଛି। ତେଣୁ ପ୍ରାୟ ୧୪ ଦିନ ପର୍ଯ୍ୟନ୍ତ ସେ ଖେଳିପାରିବେ ନାହିଁ ବୋଲି ଡାକ୍ତର ସ୍ପଷ୍ଟ କରିଛନ୍ତି। ଏହାସହ ବିଶ୍ରାମ ପାଇଁ ପରାମର୍ଶ ଦେଇଛନ୍ତି।
ଅପରପକ୍ଷରେ ପର୍ଥର ଅପ୍ଟସ୍ ଷ୍ଟାଡିୟମ୍ରେ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଟେଷ୍ଟ୍ରେ ସେ ଖେଳିବା ଏକପ୍ରକାର ଅସମ୍ଭବ ମନେ ହେଉଛି। କିନ୍ତୁ ବିସିସିଆଇ ପକ୍ଷରୁ ଏନେଇ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରାଯାଇନି।
ପ୍ରକାଶଥାଉ କି, ଭାରତ ପକ୍ଷରୁ ୧୮ଜଣିଆ ଦଳ ଘୋଷଣା ହୋଇଥିବା ବେଳେ ନିକଟରେ କ୍ରିଷ୍ଣାଙ୍କ ଏକ ସଟ୍ ପିଚ୍ ବଲ୍ କେ.ଏଲ୍ ରାହୁଲଙ୍କ କହୁଣୀରେ ବାଜିବା ପରେ ସେ ଏହି ମ୍ୟାଚରୁ ବାଦ ପଡ଼ିଥିଲେ। ସେହିପରି ପତ୍ନୀଙ୍କ ସନ୍ତାନ ଜନ୍ମ ପାଇଁ ଅଧିନାୟକ ରୋହିତ ଶର୍ମା ଦଳ ସହ ଅଷ୍ଟ୍ରେଲିଆ ଯାଇ ନଥିବାରୁ ଯଶସ୍ବୀ ଜୟସ୍ବାଲଙ୍କ ସହ ଗିଲ୍ ପାଳି ଆରମ୍ଭ କରିବାର ସମ୍ଭାବନା ଥିଲା। କିନ୍ତୁ ଏବେ ସେ ଆହତ ହେବା ଯୋଗୁଁ ଟିମ ଅଡ଼ୁଆ ପରିସ୍ଥିତିରେ ପଡିଛି।