ନୂଆଦିଲ୍ଲୀ: ଆଇଏଏସ୍ କେ. ସଞ୍ଜୟ ମୂର୍ତ୍ତିଙ୍କୁ ଭାରତର ପରବର୍ତ୍ତୀ କମ୍ପଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ (ସିଏଜି) ଭାବେ ନିଯୁକ୍ତ କରାଯାଇଛି । ସଞ୍ଜୟ ମୂର୍ତ୍ତି ୧୯୮୯ ବ୍ୟାଚର ଆନ୍ଧ୍ର ପ୍ରଦେଶ କ୍ୟାଡରର ଆଇଏଏସ୍ ହୋଇଥିବା ବେଳେ ରାଷ୍ଟ୍ରପତି ଦ୍ରୌପତି ମୁର୍ମୁ ତାଙ୍କୁ ପରବର୍ତ୍ତୀ ସିଏଜି ଭାବେ ନିଯୁକ୍ତ କରିଛନ୍ତି। ସେ ଏବେ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ସ୍ଥାନ ଗ୍ରହଣ କରିବେ। ୨୦୨୦ ମସିହା ଅଗଷ୍ଟରୁ ଗିରିଶ ଚନ୍ଦ୍ର ମୁର୍ମୁ ଏହି ପଦବୀରେ ଥିବା ବେଳେ ମୁର୍ତ୍ତୀ ଏବେ ଶିକ୍ଷା ମନ୍ତ୍ରଣାଳୟରେ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବରେ କାର୍ଯ୍ୟ କରୁଛନ୍ତି।
ପ୍ରଶାସନ ଏବଂ ଶାସନ କ୍ଷେତ୍ରରେ ମୁର୍ତ୍ତୀଙ୍କ ବିପୁଳ ଅଭିଜ୍ଞତା ଯୋଗୁଁ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ଏହି ଦାୟିତ୍ୱ ମିଳିଛି।
ଶିକ୍ଷାଗତ ନୀତି ପରିଚାଳନାରେ ମୂର୍ତ୍ତିଙ୍କର ପୃଷ୍ଠଭୂମି ଏବଂ ତାଙ୍କର ବ୍ୟାପକ ଅମଲାତାନ୍ତ୍ରିକ କ୍ୟାରିଅର୍ ସମେତ ସିଏଜି ଭାବରେ ନେତୃତ୍ୱ ଆର୍ଥିକ ଉତ୍ତରଦାୟିତ୍ୱର ସୁନିଶ୍ଚିତତା ଏବଂ ଜନସାଧାରଣଙ୍କ ପାଣ୍ଠି ସୁରକ୍ଷିତ କରିବାରେ ସିଏଜି କାର୍ଯ୍ୟାଳୟର ଭୂମିକାକୁ ବୃଦ୍ଧି କରିବା ଉପରେ ଯଥେଷ୍ଟ ସହାୟକ ହେବ ବୋଲି ଆଶା କରାଯାଉଛି।