ଭୁବନେଶ୍ବର: ପୁରୀରେ ଆୟୋଜିତ ୩ ଦିନିଆ ୧୩ ବର୍ଷରୁ କମ୍ ରାଜ୍ୟ ଯୁବ ଚେସ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏଥିରେ ବାଳିକା ବର୍ଗରେ ୬ ବର୍ଷୀୟା ପ୍ରତ୍ୟାଶା ଜେନା ବିଜେତା ଓ ୫.୫ ବର୍ଷୀୟା ଶ୍ରଦ୍ଧା ସ୍ମରଣିକା ନନ୍ଦ ଉପବିଜେତା ହୋଇଛନ୍ତି । ସେହିପରି ବାଳକ ବର୍ଗର ଓପନ୍ରେ ୬.୫ ବର୍ଷୀୟ ଆଦିତ୍ୟ ବିକ୍ରମ ମିଶ୍ର ବିଜେତା ଓ ୬ ବର୍ଷୀୟ ଆୟୁଷ୍ମାନ ମହାନ୍ତି ଉପବିଜେତା ହୋଇଛନ୍ତି। ଏହି ୪ ଜଣ ଆସନ୍ତା ମାସରେ ପଶ୍ଚିମବଙ୍ଗରେ ଖେଳାଯିବାକୁ ଥିବା ୩୭ତମ ଜାତୀୟ ୧୩ ବର୍ଷରୁ କମ୍ ଚେସ୍ ପ୍ରତିଯୋଗିତାରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ବ କରିବେ।
ସୂଚନାଯୋଗ୍ୟ ଯେ, ରାଜ୍ୟ ଯୁବ ଚେସ୍ ପ୍ରତିଯୋଗିତାରେ ବାଳିକା ବିଭାଗରେ ଜ୍ୟୋତିକା ସାହୁ, ସନ୍ଦୀପା ପ୍ରିୟଦର୍ଶିନୀ ସାହୁ, ନୈନିକା ସାହୁ, ଆୟୁଷୀ ମହାନ୍ତି, ଶୁଭସ୍ମିତା ପ୍ରିୟଦର୍ଶିନୀ, ଈଶାନୀ ଦାସ, ସାୟି ଅତ୍ରେୟୀ ମହାପାତ୍ର, ଅମୃତା ପ୍ରିୟଲକ୍ଷ୍ମୀ ଯଥାକ୍ରମେ ତୃତୀୟରୁ ଦଶମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ।
ଅପରପକ୍ଷରେ ଓପନ୍ ବର୍ଗରେ ବିଶ୍ବପ୍ରୀତ୍ ରାୟ, ସତ୍ୟ ସ୍ବରୂପ ତ୍ରିପାଠୀ, ସ୍ବସ୍ତିକ ରଂଜନ ସ୍ବାଇଁ, ହିମାଂଶୁ ନାୟକ, ଶିୟମ୍ ସତ୍ୟାଂଶ, ଶୁଭଦୀପ ପ୍ରିୟଦର୍ଶନ, ସାର୍ଥକ ମହାନ୍ତି, ଆଦ୍ୟା ଅଦ୍ବିତ ଦାସ ଯଥାକ୍ରମେ ତୃତୀୟରୁ ଦଶମ ସ୍ଥାନରେ ରହିଥିଲେ।
ଉଦଯାପନୀ ସମାରୋହରେ କୃତି ଖେଳାଳି ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି ଅବସରରେ ଏଓସିଏ ସମ୍ପାଦକ ଦେବବ୍ରତ ଭଟ୍ଟ, କାର୍ଯ୍ୟନିର୍ବାହୀ ସଦସ୍ୟ ସୂର୍ଯ୍ୟକାନ୍ତ ବିଶୋଇ, ପୁରୀ ଜିଲ୍ଲା ଚେସ୍ ସଂଘ ସଭାପତି ନାରାୟଣ ପାତ୍ର, ଉପସଭାପତି ସୁରେଶ ଚନ୍ଦ୍ର ସାହୁ, ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ ଦେବାଶିଷ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ଅନ୍ତର୍ଜାତୀୟ ଆର୍ବିଟର ସନ୍ତୋଷ କୁମାର ମହାପାତ୍ର, ଫିଡେ ଆର୍ବିଟର୍ ପିଙ୍କି ମହାପାତ୍ର ଏହି ୩ ଦିନିଆ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।