ରାଞ୍ଚି: ବୁଧବାର ଝାଡ଼ଖଣ୍ଡରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ଗ୍ରହଣ ହେଉଛି । ସମୁଦାୟ ୮୨ଟି ଆସନ ମଧ୍ୟରୁ ଗତ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୪୩ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହୋଇଥିବା ବେଳେ ଏହି ପର୍ଯ୍ୟାୟରେ ବାକିଥିବା ୩୮ଟି ଆସନରେ ଭୋଟ ଗ୍ରହଣ ହେଉଛି। ଏହି ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ମତଦାନ ପାଇଁ ସମୁଦାୟ ୨୯,୫୬୨ଟି ପୋଲିଂ ବୁଥର ବ୍ୟବସ୍ଥା ହୋଇଥିବା ବେଳେ ୪୧ଟି ବୁଥରେ କେବଳ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ।
ସୂଚନାଯୋଗ୍ୟ ଯେ, ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ସମୁଦାୟ ୫୨୮ ଜଣ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରେ ୪୭୨ ପୁରୁଷ ଓ ୫୫ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ନିର୍ବଚନୀ ମୈଦାନରେ ରାଜ୍ୟରେ କ୍ଷମତାସୀନ ଥିବା ଜେଏମଏମ-କଂଗ୍ରେସ ମେଣ୍ଟ ସହିତ ଭାରତୀୟ ଜନତା ପାର୍ଟିର କଡା ଟକ୍କର ଚାଲିଛି । ଆସନ୍ତା ୨୩ରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶିତ ହେବ ।