ବୁଧବାର ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ସେମିକନ୍ ଇଣ୍ଡିଆ ୨୦୨୪ର ଉଦ୍ଘାଟିତ ହୋଇଯାଇଛି। ଗ୍ରେଟର ନୋଏଡାରେ ଥିବା ଇଣ୍ଡିଆ ଏକ୍ସପୋ ମାର୍ଟରେ ଏହି କାର୍ଯ୍ୟକ୍ରମ ତିନି ଦିନ ଧରି ଚାଲିବ। ସେପ୍ଟେମ୍ବର ୧୧ ଅର୍ଥାତ ବୁଧବାରଠାରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ତାଙ୍କ ସୋସିଆଲ ଆକାଉଣ୍ଟ ‘ଏକ୍ସ’ ମାଧ୍ୟମରେ ପୋଷ୍ଟ କରି ସୂଚନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭାରତକୁ ସେମିକଣ୍ଡକ୍ଟର ଡିଜାଇନ୍, ଉତ୍ପାଦନ ଏବଂ ପ୍ରଯୁକ୍ତିବିଦ୍ୟାରେ ବିକାଶ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ହବରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ରହିଥିବା ପୋଷ୍ଟ ମାଧ୍ୟମରେ କୁହାଯାଇଛି।
ତେବେ ଚଳିତ ବର୍ଷ ଏହି ସମ୍ମିଳନୀର ଥିମ ‘ସେପିଂ ଦ ସେମିକଣ୍ଡକ୍ଟର୍ ଫ୍ୟୁଚର୍’ ରହିଥିବା ବେଳେ ଏଥିରେ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟରର ପ୍ରମୁଖ ନେତୃତ୍ୱ ଯୋଗଦେବା ସହ ବିଶ୍ୱସ୍ତରୀୟ ନେତା, କମ୍ପାନୀ ଏବଂ ସେମିକଣ୍ଡକ୍ଟର ଶିଳ୍ପର ବିଶେଷଜ୍ଞମାନେ ଯୋଗଦେବେ। ସରକାରୀ ସୂଚନା ଅନୁଯାୟୀ, ଏହି ୩ ଦିନିଆ କାର୍ଯ୍ୟକ୍ରମରେ ପ୍ରାୟ ୨୫୦ ସେମିକଣ୍ଡକ୍ଟର ଶିଳ୍ପ କମ୍ପାନୀ ଓ ୧୫୦ ପ୍ରମୁଖ ବକ୍ତା ଯୋଗ ଦେବାକୁ ଯାଉଛନ୍ତି।