ଭୁବନେଶ୍ଵର: ଶନିବାର ଅପରାହ୍ଣରେ ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଅତିରିକ୍ତ ବଜେଟ୍କୁ ଅନୁମୋଦନ ମିଳିବା ନେଇ ସମ୍ଭାବନା ରହିଛି।
ସୂଚନାଯୋଗ୍ୟ ଯେ, ବିଧାନସଭାର ଶୀତ ଅଧିବେଶନ ନଭେମ୍ବର ୨୬ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସେଥିପାଇଁ ଏହା ପୂର୍ବରୁ ମନ୍ତ୍ରୀ ପରିଷଦ ବୈଠକ ବସିବା ପାଇଁ ଯାଉଛି। ଏହି ବୈଠକରେ ସରକାର ପ୍ରଥମ ଅତିରିକ୍ତ ବଜେଟ୍ ଆଣି ପାରନ୍ତି। ଏନେଇ ବିଭିନ୍ନ ବିଭାଗ ଅତିରିକ୍ତ ବଜେଟ୍ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହାସହିତ କ୍ୟାବିନେଟ୍ର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବନା ଅଛି।
ପ୍ରକାଶଥାଉ କି, ଶୀତ ଅଧିବେଶନରେ ଆମ୍ବ ଟାକୁଆଜନିତ ମୃତ୍ୟୁ, ଭରତପୁର ଥାନା ଘଟଣା, ରାସନ୍ କାର୍ଡ, ମେଘନାଦ ପାଚେରୀରେ ଫାଟ ଏବଂ ଧାନ ମଣ୍ଡି ଆଦି ପ୍ରସଙ୍ଗରେ କ୍ୟାବିନେଟରେ ହଟ୍ଟଗୋଳ ହେବାର ଆଶଙ୍କା ଅଛି।