ହାଇଦ୍ରାବାଦ: ଜାତୀୟତାବାଦୀ ଚିନ୍ତକମାନଙ୍କ ଦ୍ୱାରା ଆୟୋଜିତ ଲୋକମନ୍ତନ-୨୦୨୪ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଗତ ୨୧ ତାରିଖଠାରୁ ଭାଗ୍ୟନଗରରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସମାରୋହକୁ ସମ୍ବୋଧାନ କରିବା ଅବସରରେ ଦେଶର ପୂର୍ବ ଗୌରବକୁ ଫେରାଇ ଆଣିବାର ଆବଶ୍ୟକତା ରହିଥିବା କହିଥିଲେ। ଏହାସହିତ ସେ ଭାରତୀୟ ସଂସ୍କୃତିର ଉନ୍ନତି ଉପରେ ଗୁରୁତ୍ୱାରୋପ କରିଥିଲେ।
କାର୍ଯ୍ୟକ୍ରମ ଅବସରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାରରେ ବୈଜ୍ଞାନିକମାନେ ନୈତିକତା ଉପରେ ଗୁରୁତ୍ୱ ଦେଉଥିବାର ଉଦାହରଣ ଦେଇ ଭାଗବତ କହିଥିଲେ ଯେ, ଭାରତର ମୂଲ୍ୟବୋଧ ବ୍ୟବସ୍ଥା ଜଣେ ବ୍ୟକ୍ତିର ଜ୍ଞାନ ଉପରେ ଗୁରୁତ୍ୱ ଦେଇଥାଏ। ସମସ୍ୟା ପ୍ରତି ଭାରତର ଆଭିମୁଖ୍ୟରେ ଯୁକ୍ତି ଓ ଜ୍ଞାନ ରହିଥିବାରୁ ଏହାର ସମାଧାନ ପାଇଁ ଅନ୍ୟ ପଦ୍ଧତି ଅନୁସରଣ କରିବାର କୌଣସି ଆବଶ୍ୟକତା ନାହିଁ।
ଆହୁରି ମଧ୍ୟ ଭାରତବାସୀଙ୍କୁ ସନାତନ ଧର୍ମ ଓ ସଂସ୍କୃତିକୁ ଦିଗରେ ଚିନ୍ତା କରିବାକୁ ପଡ଼ିବ ବୋଲି କହି ସେ କହିଥିଲେ ଯେ ଭାରତ ବାହ୍ୟ ସମାଲୋଚନାର ଜବାବ ଦେବା ର ଆବଶ୍ୟକତା ନାହିଁ, କାରଣ ଏହା ଉଭୟ ବ୍ୟବହାରିକ ଏବଂ ଦାର୍ଶନିକ କ୍ଷେତ୍ରରେ ସଫଳ ହୋଇସାରିଛି। ଯାହାକୁ ସାରା ବିଶ୍ୱ ଦେଖିସାରିଛି।
କରଜ୍ୟକ୍ରମ ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ ନିଜର ବକ୍ତବ୍ୟ ରଖିଥିଲେ।