ଓମାହା: ବିଶ୍ବର ଅନ୍ୟତମ ସର୍ବବୃହତ୍ତ ନିବେଶକ ୱାରେନ୍ ବଫେଟ୍ ୧.୧ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ବର୍କଶାଏର ହାଥୱେ ଷ୍ଟକକୁ ୪ଟି ଫାଉଣ୍ଡେସନକୁ ହସ୍ତାନ୍ତର କରିବାକୁ ଘୋଷଣା ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି। ଏହାସହିତ ସେ ତାଙ୍କ ମୃତ୍ୟୁ ପରେ ତାଙ୍କର ୧୪୭.୪ ବିଲିୟନ ଆମେରିକୀୟ ଡଲାର ସମ୍ପତ୍ତିର ଉତ୍ତରାଧିକାରୀ କିଏ ହେବ ତାହା ସ୍ଥିର କରିଛନ୍ତି।
ସୂଚନାଯୋଗ୍ୟ ଯେ, ୯୪ ବର୍ଷୀୟ ବଫେଟଙ୍କର ତିନିଟି ସନ୍ତାନ ଅଛନ୍ତି। ବଫେଟ୍ ପୂର୍ବରୁ କହିଥିଲେ ଯେ ତାଙ୍କର ତିନି ସନ୍ତାନ ହାବାର୍ଡ, ପେଟର ଏବଂ ସୁଶୀ ବଫେଟ ତାଙ୍କ ମୃତ୍ୟୁର ୧୦ ବର୍ଷ ମଧ୍ୟରେ ତାଙ୍କର ଅବଶିଷ୍ଟ ୧୪୭.୪ ବିଲିୟନ ଆମେରିକୀୟ ଡଲାରର ସମ୍ପତ୍ତି ଭାଗ କରିବେ । କିନ୍ତୁ ତାଙ୍କ ପରିବାରରେ ବଂଶବାଦ ସମ୍ପତ୍ତି ସୃଷ୍ଟି କରିବାକୁ ସେ ଆଗ୍ରହୀ ନୁହଁନ୍ତି। ସେଥିପାଇଁ ସେ ସମ୍ପତ୍ତିର ଉତ୍ତରାଧିକାରୀ କିଏ ହେବ ତାହା ସ୍ଥିର କରିଛନ୍ତି। ଅବଶ୍ୟ ସେ ଉତ୍ତରାଧିକାରୀଙ୍କ ନାମ ଓ ପରିଚୟ ଘୋଷଣା କରିନାହାନ୍ତି। କିନ୍ତୁ ସେ କହିଛନ୍ତି ଯେ, ମୋ ପିଲାମାନେ ଏହା ବିଷୟରେ ଜାଣନ୍ତି ଏବଂ ଏହି ନିଷ୍ପତ୍ତି ସହ ସହମତ ହୋଇଛନ୍ତି। ଆସୋସିଏଟେଡ୍ ପ୍ରେସ ପକ୍ଷରୁ ଏହି ସୂଚନା ପ୍ରକାଶ ପାଇଛି ।
ପ୍ରକାଶଥାଉ କି, ଫୋର୍ବସ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବଫେଟ୍ ବିଶ୍ୱର ଜଣେ ପ୍ରମୁଖ ପୁଞ୍ଜିନିବେଶକ ହେବା ସହିତ ବିଶିଷ୍ଟ ସମାଜସେବକ । ତାଙ୍କ ଜୀବନରେ ସେ ସମାଜସେବା ନିମନ୍ତେ ପ୍ରାୟ ୬୦ ବିଲିୟନ ଡଲାରରୁ ଅଧିକ ଦାନ କରିଛନ୍ତି। ସେଥିମଧ୍ୟରୁ ଗେଟ୍ସ ଫାଉଣ୍ଡେସନକୁ ସେ ୪୩ ବିଲିୟନ ଡଲାରରୁ ଅଧିକ ଦାନ କରିଛନ୍ତି।