ପ୍ରତ୍ୟକ ବର୍ଷ ନଭେମ୍ବର ମାସ ୨୬ ତାରୀଖକୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଏ । ସାମାଜିକ ନ୍ୟାୟର ମୂଲ୍ୟବୋଧକୁ ବଜାୟ ରଖିବା ଏହାର ପାଳନ କରିବାକୁ ସଶକ୍ତିକରଣ ବିଭାଗ ନିଷ୍ପତି ନେଇଥିଲା। ଭାରତୀୟ ସମ୍ବିଧାନ ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ । ନାଗରିକର ମୌଳିକ ଅଧିକାର ଠାରୁ ଆରମ୍ଭ କରି , ସାମାଜିକ ନ୍ୟାୟ , ରାଜନଯିତିକ ବ୍ୟକ୍ତିତ୍ୱ ମାନଙ୍କ କ୍ଷମତା ସବୁ କିଛି ଏଥିରେ ବର୍ଣିତ ହୋଇଛି । ଦେଶ ସ୍ୱାଧୀନ ହେବ ସମୟରେ ୧୯୪୭ ମସିହା ବେଳକୁ ଆମ ଦେଶ ଭାରତର କୌଣସି ସ୍ୱତନ୍ତ୍ର ସମ୍ବିଧାନ ନଥିଲା । ୧୯୫୦ ମସିହା ଜାନୁୟାରୀ ମାସ ଜାନୁଆରୀ ୨୬ ରେ ବ୍ରିଟିଶ ଶାସନ ନୀତି ଅପସରଣ ହୋଇ ଭାରତର ନିଜସ୍ୱ ସମ୍ବିଧାନ ପ୍ରଣୟନ ହେଲା ଓ ସାର୍ବଭୌମ ଶାସନ ଆରମ୍ଭ ହେଲା । ସମ୍ବିଧାନ ପ୍ରଥମେ ୧୯୪୯ ମସିହା ନଭେମ୍ବର ୨୬ ରେ ଗୃହୀତ ହେବାପରେ ୧୯୫୦ ମସିହା ନଭେମ୍ବର ୨୬ ରେ କାର୍ୟ୍ୟକାରୀ ହେଲା । ଏହି ସମ୍ବିଧାନକୁ ଲେଖିଥିଲେ ଭାରତର ପ୍ରଥମ ଆଇନ ମନ୍ତ୍ରୀ ବାବା ସାହେବ ଭୀମରାଓ ରାମଜୀ ଆମ୍ବେଦକର । ଦୁଇ ବର୍ଷ ୧୧ ମାସ ୧୮ ଦିନରେ ସମ୍ବିଧାନ କୁ ପ୍ରସ୍ତୁତ କରି ରାଷ୍ଟ୍ର କୁ ସମର୍ପଣ କରିଥିଲେ । ଆମ ଦେଶ ଭାରତରେ ପ୍ରଣୀତ ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ସମ୍ବିଧାନ ହେଲା ମୌଳିକ ଆଇନ । ଦେଶରେ ପ୍ରଣୀତ ଓ ପ୍ରଣୟନ ହେବାକୁ ଥିବା ସମସ୍ତ ଆଇନ ସମ୍ବିଧାନର ପ୍ରାଧାନ୍ୟକୁ ସ୍ୱୀକାର କରିବାକୁ ବାଧ୍ୟ । ତେବେ ସମ୍ବିଧାନ ଦିବସକୁ ପାଳନ କରିବା ସହ ତାହାର ମହାନ ଆଦର୍ଶ , ସିଦ୍ଧନ୍ତ ଓ ନ୍ୟାୟ କୁ ଅନୁପାଳନ କରିଲେ ଯାଏ ଏହାର ଯଥାର୍ଥତା ରହିବ ।