ଆଡ଼ିଲେଡ: ବର୍ଡ଼ର-ଗାଭାସ୍କର ଟ୍ରଫିରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ବିଜୟ ହାସଲ କରିଛି । ଦ୍ବିତୀୟ ଟେଷ୍ଟ ମ୍ୟାଚ ଆଡ଼ିଲେଡର ଓଭାଲରେ ଖେଳାଯିବାକୁ ଥିବାରୁ ସେଥିପାଇଁ ଭାରତୀୟ ଟିମ୍ ଆଡ଼ିଲେଡ ଅଭିମୁଖେ ଯାତ୍ରା କରିଛି । ଏହି ମ୍ୟାଚରେ ଦିବାରାତ୍ରି ଫର୍ମାଟରେ ପିଙ୍କ ବଲ୍ ଟେଷ୍ଟ ମ୍ୟାଚ ଖେଳାଯିବ।
ଭାରତୀୟ ଦଳ ପିଙ୍କ ବଲ୍ ଟେଷ୍ଟ ମ୍ୟାଚ ଅଧିକ ଖେଳି ନଥିବାରୁ ଏଥିରେ ଅଧିକ ଅଭିଜ୍ଞତା ନାହିଁ। ଅନ୍ୟପକ୍ଷରେ ଆଡ଼ିଲେଡ ଓଭାଲରେ ଖେଳିବା ମଧ୍ୟ ଦଳ ପାଇଁ ସହଜ ହେବନାହିଁ । କିନ୍ତୁ ବୋଲିଂ ଲାଇନ ଅପ୍ ଭଲ ରହିଥିବାରୁ ଟେଷ୍ଟ ମ୍ୟାଚ ପାଇଁ ଭାରତ ଭଲ ପ୍ରସ୍ତୁତି କରିଛି ।
ଦ୍ବିତୀୟ ଟେଷ୍ଟ ମ୍ୟାଚ ଡିସେମ୍ବର ୬ ତାରିଖରୁ ଖେଳାଯିବ । ଏହାପୂର୍ବରୁ ୩୦ ନଭେମ୍ବର ଏବଂ ୧ ଡିସେମ୍ବର ଦୁଇଦିନ ଅଭ୍ୟାସ ମ୍ୟାଚ ଖେଳାଯିବ। ଦଳ ଏହି ପିଙ୍କ ବଲ୍ ଟେଷ୍ଟ ମ୍ୟାଚ ଜିତିବାକୁ ସମ୍ପୂର୍ଣ୍ଣ ଚେଷ୍ଟା କରିବ । ଅପରପକ୍ଷରେ ପ୍ରଥମ ମ୍ୟାଚରେ ରୋହିତ ଶର୍ମା ଖେଳିନଥିବା ବେଳେ ଦ୍ବିତୀୟ ମ୍ୟାଚରେ ସେ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ଭାରତୀୟ ଦଳ : ରୋହିତ ଶର୍ମା(ଅଧିନାୟକ), ଜସପ୍ରୀତ ବୁମରା ( ଉପ ଅଧିନାୟକ), ଯଶସ୍ବୀ ଜୟସୱାଲ, ଅଭିମନ୍ୟୁ ଈଶ୍ବରନ, ଶୁବମନ ଗିଲ୍, ବିରାଟ କୋହଲି, ଦେବଦତ୍ତ ପାଡିକଲ୍, କେଏଲ ରାହୁ, ରିଷଭ ପନ୍ତ, ସରଫରାଜ ଖାନ, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ଆକାଶ ଦୀପ, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ନୀତିଶ କୁମାର ରେଡି, ୱାଶିଂଟନ ସୁନ୍ଦର ।