ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଟିମ ଦିଲ୍ଲୀର ବିଦ୍ୱାସନ ଅଞ୍ଚଳରେ ଚଢ଼ାଉ କରିବାକୁ ଯାଇଥିବା ବେଳେ ଇଡି କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଛି। ଏକ ସାଇବର ଅପରାଧ ମାମଲାରେ ଦିଲ୍ଲୀସ୍ଥିତ ଏକ ଫାର୍ମ ହାଉସରେ ଚଢ଼ାଉ କରିବାକୁ ଯାଇଥିଲେ ଇଡି ଟିମ ।
ସୂଚନାଯୋଗ୍ୟ ଯେ, ଦିଲ୍ଲୀସ୍ଥିତ ଏକେ ଫାର୍ମ ହାଉସରେ ଇଡି ଟିମ ଚଢ଼ାଉ କରିବାକୁ ଯାଇଥିଲା। କିନ୍ତୁ ସେଠାରେ କର୍ମଚାରୀଙ୍କ ଉପରେ ଆକ୍ରମଣ କରିବା ଫଳରେ ୫ ଜଣ ଆହତ ହୋଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ ପ୍ରାଥମିକ ତଦନ୍ତ ଅନୁସାରେ, ଇଡି ଟିମ୍ ଫାର୍ମହାଉସରେ ପହଞ୍ଚିବା ବେଳକୁ ସେଠାରେ ୫ ଜଣ ଥିଲେ। ସେମାନେ ଦଳ ଉପରେ ଆକ୍ରମଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଥିଲା।