ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ପାଇଁ ଧମକପୂର୍ଣ୍ଣ କଲ ଆସିଛି । ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମ୍କୁ ଏକ ଧମକପୂର୍ଣ୍ଣ କଲ୍ ଆସିଥିବା ବେଳେ ଜଣେ ବ୍ୟକ୍ତି ଫୋନ୍ କରି ମୋଦିଙ୍କୁ ଜୀବନରେ ମାରିଦେବାକୁ ଯୋଜନା ଚାଲିଥିବା କହିଥିଲେ। ଏହାପରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହିତ ମାମଲାର ଯାଞ୍ଚ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ବୁଧବାର ରାତି ୯ଟା ସମୟରେ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମ୍କୁ ଏକ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିଲା । ଏହି କଲରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ଫୋନ୍ କରିଥିବା ବ୍ୟକ୍ତି ଦାବି କରିଥିଲେ। ଏହାପରେ ମୁମ୍ବାଇ ପୋଲିସ ଏହି ମାମଲାରେ ଯାଞ୍ଚ ଆରମ୍ଭ କରି ଧମକ ଦେଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଛାନଭିନ ଆରମ୍ଭ କରିଥିଲା।
ଅପରପକ୍ଷରେ ପୋଲିସ , ଅଭିଯୁକ୍ତଙ୍କ ପପକ୍ଷରୁ ମିଳିଥିବା ସୂଚନା ଅନୁସାରେ କଲ କରିଥିବା ବ୍ୟକ୍ତି ଜଣକ ଜଣେ ମହିଳା ଥିଲେ । ମୁମ୍ବାଇର ଅମ୍ବୋଲି ପୋଲିସ ଷ୍ଟେସନରେ ଏହି ମାମଲା ଦାୟର ହୋଇଥିବା ବେଳେ ତେବେ ମହିଳା ଜଣକ ମାନସିକ ଭାବେ ଅସ୍ଥିର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ପ୍ରକାଶଥାଉ କି, ଏହାପୂର୍ବରୁ ମଧ୍ୟ ବଲିଉଡ଼ ଅଭିନେତା ସଲମାନ ଖାନ୍ ଓ ଶାହରୁଖ ଖାନ୍ଙ୍କୁ ଫୋନ୍ କଲରେ ହତ୍ୟା କରିବାକୁ ନେଇ ଧମକ ମିଳିଥିଲା ।