ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଉତ୍ତର- ପଶ୍ଚିମ ଦିଗରେ ଗତି କରୁଛି । ଏହା ଅବପାତର ରୂପ ନେଇ ଶନିବାର ସୁଦ୍ଧା ତାମିଲନାଡୁ ଓ ପୁଡ଼ୁଚେରୀ ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିମି ଯାଏ ରହିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ କେନ୍ଦ୍ର ।
ଏହାର ସିଧାସଳଖ ପ୍ରଭାବ ଓଡିଶା ଉପରେ ନଥିବା କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି। ବାୟୁର ଦିଗ ପରିବର୍ତ୍ତନକୁ ନେଇ ସମୁଦ୍ର ମଧ୍ୟରୁ ସ୍ଥଳଭାଗକୁ ଆର୍ଦ୍ର ବାୟୁ ପ୍ରବେଶ କରୁଛି। ମାତ୍ରାଧିକ ଆର୍ଦ୍ରତା ଯୋଗୁଁ ଓଡ଼ିଶାରେ ପାଗ ମେଘୁଆ ସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।
ଶନିବାର ଓ ରବିବାର ଉପକୂଳ ଓ ଦକ୍ଷିଣ ଓଡିଶାର ଅଧିକାଂଶ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଥିବା ବେଳେ ଏହାପରେ ପାଗ ଶୁଖିଲା ରହିବ। ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଥିବା ବେଳେ ବର୍ଷା ପ୍ରଭାବରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ସହିତ ରାତ୍ରି ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବ। ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନକୁହୁଡିର ସମ୍ଭାବନା ରହିଥିବା ସୂଚନା ଦେଇଚଜି ଭୁବନେଶ୍ୱରସ୍ତିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।