କାନବେରା: ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ୍ ଦଳ କାନବେରାରେ ପହଞ୍ଚିଛି । ଆଡିଲେଡ୍ରେ ଆସନ୍ତା ୬ ତାରିଖରୁ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ୍ ପୂର୍ବରୁ ନଭେମ୍ବର ୩୦ରୁ ଡିସେମ୍ବର ୧ ତାରିଖ ମଧ୍ୟରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହାପୂର୍ବରୁ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ କାନବେରାରେ ଥିବା ଅଷ୍ଟ୍ରେଲିଆ ସଂସଦକୁ ନିମନ୍ତ୍ରିତ ହୋଇଥିବା ବେଳେ ସେଠାରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍ବାନିସ୍ଙ୍କ ସହିତ ଭାରତୀୟ ଖେଳାଳିମାନେ ସାକ୍ଷାତ କରିଥିଲେ।
ସଂସଦରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଉପସ୍ଥିତ ବ୍ୟକ୍ତିମାନଙ୍କୁ ଉଦ୍ବୋଧନ ଦେଇଥିଲେ। ଏହି ସମୟରେ ଉଭୟ ଦେଶ ମଧ୍ୟରେ ଥିବା ମଜବୁତ୍ ସଂପର୍କ ଉପରେ ଗୁରୁତ୍ବାରୋପ କରି ପୂର୍ବରୁ ଦୁଇ ଦେଶ ମଧ୍ୟରେ କ୍ରୀଡ଼ା ଓ ବାଣିଜ୍ୟ ଆଦି କ୍ଷେତ୍ରରେ ଉତ୍ତମ ସଂପର୍କ ରହିଆସିଥିବା କହିଥିଲେ। ଏହାସହିତ ଦେଶରେ ଥିବା ବିଭିନ୍ନ ସଂସ୍କୃତିକୁ ଉପଭୋଗ କରିବା ସମ୍ପର୍କରେ କହିଥିଲେ। ଅଷ୍ଟ୍ରେଲିଆରେ ଅନେକ ଦକ୍ଷ ଓ ଅଭିଜ୍ଞ ଖେଳାଳି ଥିବାରୁ ଭାରତୀୟ ଟିମ ପାଇଁ କଷ୍ଟକର ସାବ୍ୟସ୍ତ ହେଉଥିବା ରୋହିତ ତାଙ୍କ ଅଭିଭାଷଣରେ କହିଥିଲେ।