ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଫେଙ୍ଗାଲ’ ଶନିବାର ଲ୍ୟାଣ୍ଡଫଲ କରିବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ସେଥିପାଇଁ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଅଞ୍ଚଳରେ ରେଡ୍ ଆଲର୍ଟ ଜାରି ହୋଇଛି। ଆଇଏମଡିର ଆକଳନ ଅନୁସାରେ ଶୁକ୍ରବାର ଅପରାହ୍ଣ ୨.୩୦ରେ ଲଘୁଚାପ ବାତ୍ୟାର ରୂପ ନେଇ ପୁଡୁଚେରୀ ଉପକୂଳର ଦକ୍ଷିଣ-ପଶ୍ଚିମକୁ ୩୫୦ କିମି ଦୂରରେ ରହିଛି। ଶନିବାର ଅପରାହ୍ନରେ ଏହା କରାଇକାଲା ଓ ପୁଡୁଚେରୀ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ଘଣ୍ଟା ପ୍ରତି ୭୦ରୁ ୮୦ କିମି ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ବାତ୍ୟାକୁ ନେଇ ତାମିଲନାଡୁରେ ସର୍କରକାରଙ୍କ ଅପକ୍ଷରୁ ସତର୍କତା ଜାରି କରାଯାଇଥିବା ବେଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଲାଗି ପ୍ରଶାସନକୁ ନିର୍ଦେଶ ଦିଆଯାଇଛି। ସେଥିପାଇଁ ୨୨୨୯ଟି ରିଲିଫ୍ କ୍ୟାମ୍ପ ଖୋଲାଯିବ ସହିତ ବାତ୍ୟା ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ପାଇଁ ୧୬୮୬ଟି ମୋଟର ପମ୍ପ, ୯୬ଟି ଜେସିବି, ୧୨୦ଟି ଡଙ୍ଗା, ୧୩୦ ଜେନେରେଟର, ୧୧୮ଟି ଉଡ୍କଟରକୁ ପ୍ରସ୍ତୁତ ରଖାଯାଇଛି।
ଅପରପକ୍ଷରେ ବାତ୍ୟା ଫେଙ୍ଗାଲ ପ୍ରଭାବରେ ଶୁକ୍ରବାରଠାରୁ ଓଡିଶାର କିଛି ସ୍ଥାନରେ କୋହଲା ପାଗ ରହିଥିବା ବେଳେ ଶନିବାର ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ବାଲେଶ୍ଵର, କଟକ, ପୁରୀ , ଖୋର୍ଦ୍ଧା, ନୟାଗଡ, ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି , ଗଞ୍ଜାମ ଏବଂ ରାୟଗଡା ଜିଲ୍ଲାରେ ୟେଲୋ ଆଲର୍ଟ ଜାରି ହୋଇଛି।