ଭୁବନେଶ୍ବର: ଶୁକ୍ରବାରଠାରୁ ଭୁବନେଶ୍ୱରରେ ତିନିଦିନିଆ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେଉଥିବା ବେଳେ ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସମ୍ମିଳନୀରେ ଯୋଗ ହେବେ। ବାମପନ୍ଥୀ ଉଗ୍ରବାଦ, ଉପକୂଳ ତଥା ଆଭ୍ୟନ୍ତରୀଣ ସୁରକ୍ଷା, ନିଶାଦ୍ରବ୍ୟ, ସାଇବର ଅପରାଧ ଏବଂ ଅର୍ଥନୈତିକ ନିରାପତ୍ତା ସମେତ ବର୍ତ୍ତମାନର ଏବଂ ଉଦୀୟମାନ ଜାତୀୟ ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ହେବା ସହିତ ତିନୋଟି ନୂଆ ଅପରାଧିକ ଆଇନ ର କାର୍ଯ୍ୟକାରିତାର ଅଗ୍ରଗତି ଏବଂ ପୁଲିସ ସହ ଜଡିତ ସର୍ବୋତ୍ତମ ଅଭ୍ୟାସଗୁଡିକର ପୁଙ୍ଖାନୁପୁଙ୍ଖ ସମୀକ୍ଷା ହେବ ।
ସମ୍ମିଳନୀର ଦ୍ବିତୀୟ ଦିନରେ ଜାତୀୟ ସୁରକ୍ଷାକୁ ନେଇ ଆଲୋଚନା ହୋଇଥିଲା। ଏହି ସମୟରେ ଜାତୀୟ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ମୁଖ୍ୟଙ୍କ ସହ ୱାନ୍-ଟୁ-ୱାନ ଆଲୋଚନା ସହିତ ଦେଶର ସୁରକ୍ଷା ପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ ହୋଇଛି । ତେବେ ସମ୍ମିଳନୀର ଶେଷ ଦିନ ଅର୍ଥାତ ଉଦଯାପନୀ ଉତ୍ସବରେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ।
ଅପରପକ୍ଷରେ ସର୍ବ ଭାରତୀୟ ଡିଜିପି ଆଇଜି ସମ୍ମିଳନୀର ତୃତୀୟ ଦିନରେ ସମସ୍ତ ଡିଜି ଓ ଆଇଜ ସକାଳ ୬ଟା ୩୦ରୁ ରାଜ୍ୟ ଅତିଥି ଭଵନରୁ ଲୋକ ସେବା ଭଵନ ସମ୍ମିଳନୀ କକ୍ଷକୁ ଯାଇଛନ୍ତି। ସକାଳ ୮ଟା ୩୦ରୁ ସର୍ବ ଭାରତୀୟ ଡିଜି ଆଇଜି ସମ୍ମିଳନୀ ଆରମ୍ଭ ହୋଇଛି ।