ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ୍ ହାବିଟାଟ୍ ସେଣ୍ଟରରେ ଭାରତୀୟ ଐତିହାସିକ ବିକ୍ରମ ସମ୍ପଥଙ୍କ ଦ୍ୱାରା ଲିଖିତ ‘ଟିପୁ ସୁଲତାନ: ଦି ସାଗା ଅଫ୍ ଦି ମୈସୁର ଇଣ୍ଟେରେଗନମ୍’ ପୁସ୍ତକ ଉନ୍ମୋଚନ ହୋଇଛି। ଏହି ସମାରୋହ ଅବସରରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଯୋଗଦେଇ ଟିପୁ ସୁଲତାନଙ୍କୁ ଭାରତୀୟ ଇତିହାସର ଏକ ଅତ୍ୟନ୍ତ ଜଟିଳ ବ୍ୟକ୍ତିତ୍ୱ ବୋଲି କହିଥିଲେ। ସ୍ୱାଧୀନ ଭାରତର ଭାଗ୍ୟ ନିର୍ଦ୍ଧାରଣରେ ତାଙ୍କ ପରାଜୟ ଓ ମୃତ୍ୟୁକୁ ଏକ ଟର୍ଣ୍ଣିଂ ପଏଣ୍ଟ ଥିଲା ବୋଲି କହି, ଭାରତରେ ବ୍ରିଟିଶ ଶାସନ ତଥା ଔପନିବେଶ ନିୟନ୍ତ୍ରଣକୁ ବିରୋଧ କରୁଥିବା ଜଣେ ପ୍ରମୁଖ ବ୍ୟକ୍ତି ଭାବେ ପରିଚିତ ଟିପୁଙ୍କ କୂଟନୀତି ଦ୍ୱାରା ପ୍ରଭାବିତ ହୋଇଥିବା କହିଥିଲେ ଏସ. ଜୟଶଙ୍କର । ଏହାସହିତ ଟିପୁଙ୍କ ଶାସନର ପ୍ରତିକୂଳ ପ୍ରଭାବ ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ ।
ଟିପୁଙ୍କ ଶାସନର ପ୍ରତିକୂଳ ପ୍ରଭାବ ବିଷୟରେ ଗୁରୁତ୍ୱାରୋପ କରି, ବ୍ରିଟିଶ ଶାସନକୁ ବିରୋଧ କରିବା ପାଇଁ ଯୁଦ୍ଧ ଓ କୂଟନୀତିରେ ବ୍ୟସ୍ତ ରହି ସେ ମହୀଶୂରର ଶାସନ ବ୍ୟବସ୍ଥାର ଅନ୍ୟ ଦିଗ ଉପରେ ବିଶେଷ ଦୃଷ୍ଟି ଦେଇନଥିବା ଫଳରେ ତାହା ଆଜି ମଧ୍ୟ କିଛି ଅଂଚଳରେ ତାଙ୍କ ବିଷୟରେ ଭଲ ଧାରଣା ନଥିବା କହିଥିଲେ। ଏହି ପରିପ୍ରେକ୍ଷୀରେ ଇତିହାସ ସବୁ ସମାଜରେ ଜଟିଳ ଏବଂ କେବଳ ରାଜନୈତିକ ତଥ୍ୟକୁ ନେଇ ଘୂରି ବୁଲୁଥିବା କହିଥିଲେ।