ନୂଆଦିଲ୍ଲୀ : ଖୁବଶୀଘ୍ର ଅନେକ ସ୍ମାର୍ଟଫୋନରେ ଏହି ସୋସିଆଲ ମିଡ଼ିଆ ମେସେଜିଂ ଆପ୍ ବନ୍ଦ ହେବାକୁ ଯାଉଛି । ଏପରି ୩୩ଟି ସ୍ମାର୍ଟଫୋନରେ ହ୍ୱାଟସଆପ୍ ସପୋର୍ଟ କରିବ ନାହିଁ । କମ୍ପାନୀ ପକ୍ଷରୁ ଏହି ସମସ୍ତ ସ୍ମାର୍ଟଫୋନର ଲିଷ୍ଟ ଜାରି କରାଯାଇଛି । ଆପଣଙ୍କର ସ୍ମାର୍ଟଫୋନ୍ ଏହି ଲିଷ୍ଟରେ ଥାଇପାରେ, ତେଣୁ ଆପଣମାନେ ତଳେ ଦିଆଯାଇଥିବା ଲିଷ୍ଟକୁ ଯାଇ ଥରେ ଚେକ୍ କରିନିଅନ୍ତୁ ।ହ୍ୱାଟସଆପ୍ ପକ୍ଷରୁ ଏନେଇ ଏକ ବଡ଼ ଘୋଷଣା କରାଯାଇଛି । ନୂଆ ବର୍ଷରୁ କିଛି ଫୋନରେ ହ୍ୱାଟସଆପ୍ କାମ କରିବା ବନ୍ଦ ହୋଇଯିବ । ଆସନ୍ତା ବର୍ଷ ମେ ମାସ ୫ ତାରିଖରୁ ଏପରି ଅନେକ ସ୍ମାର୍ଟଫୋନରେ ଏହି ମେସେଜିଂ ଆପ୍ କାମ କରିବ ନାହିଁ । ତେଣୁ ଏହି ସବୁ ଫୋନ ଉପଭୋକ୍ତା ବଡ଼ ସମସ୍ୟାରେ ପଡ଼ିବାର ସମ୍ଭାବନା ରହିଛି । ସେଥିପାଇଁ କମ୍ପାନୀ ପକ୍ଷରୁ ଆପ୍ ବ୍ୟବହାରକାରୀଙ୍କ ପାଇଁ ଆଗୁଆ ସତର୍କ ସୂଚନା ଜାରି କରାଯିବା ସହ ନିଜ ନିଜର ଡିଭାଇସକୁ ଅପଡେଟ୍ କରିବାକୁ ଓ କୌଣସି ନୂଆ ଫୋନ୍ କିଣିବାକୁ ପରାମର୍ଶ ଦିଆଯାଇଛି ।