ଆରମ୍ଭ ହେଲାଣି ଶୀତଋତୁ । ଶୀତଦିନେ ଅନେକଙ୍କଠାରେ ଶୁଷ୍କ ତ୍ୱଚା ସମସ୍ୟା ଦେଖିବାକୁ ମିଳିଥାଏ। ହେଲେ ଅନେକ ଲୋକ ଏହାକୁ ଅଣଦେଖା କରିଥାନ୍ତି। ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ଭୋଗିବାକୁ ପଡ଼ିଥାଏ। ତେଣୁ ତ୍ୱଚାକୁ ଶୁଷ୍କ ହେବାକୁ ନ ଦେବା ଏବଂ ନରମ ରଖିବା ଆବଶ୍ୟକ। ଏହି ସମୟରେ ଲୋକେମାନେ ବହୁତ ପ୍ରକାର ଲୋସନ ବ୍ୟବହାର କରିଥାନ୍ତି । ଲୋସନକୁ ବ୍ୟବହାର କରିଥାନ୍ତି ସତ ହେଲେ ଏହି ଲୋସନ୍ ବହୁତ ଶୀଘ୍ର ଶୁଖିଯାଏ ଏବଂ ସ୍କିନକୁ ସଙ୍ଗେ ସଙ୍ଗେ ଡ୍ରାଏ ପକାଇଦିଏ ।
ମହୁ ଏବଂ ହଳଦୀ :- ଉଭୟ ମହୁ ଏବଂ ହଳଦୀ ହେଉଛି ବହୁତ ଉପକାରୀ ଜିନିଷ । ଏଥିପାଇଁ ମହୁରେ କିଛି ହଳଦୀ ମିଶାନ୍ତୁ । ସେଥିପାଇଁ ଆପଣଙ୍କୁ ଏହି ମିଶ୍ରଣକୁ ୧୫ ରୁ ୨୦ ମିନିଟ୍ ପାଇଁ ଆପଣଙ୍କ ମୁହଁରେ ଲଗାଇବାକୁ ପଡିବ ଏବଂ ତା’ପରେ ମୁହଁ ଧୋଇବାକୁ ପଡିବ । ଏହି ଫେସ୍ ପ୍ୟାକ୍ ସାହାଯ୍ୟରେ ଆପଣଙ୍କ ଚେହେରାରୁ ଦାଗ ଦୂର ହେବା ସହ ଚମକ ମଧ୍ୟ ଫେରି ଆସିବ । ଯଦି ଆପଣ ଏହି ସବୁ ସ୍କିନ୍ ସମସ୍ୟାରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରୁଛନ୍ତି, ତାହେଲେ ଏହି ୩ଟି ଫେସ୍ ପ୍ୟାକ୍ ବ୍ୟବହାର କରିପାରିବେ । ଯାହା ଆପଣଙ୍କ ସ୍କିନ୍ ପାଇଁ ବେଶ୍ ଲାଭଦାୟକ ହେବ ।
ଚନ୍ଦନ ପାଉଡର : – ଚନ୍ଦନ ପାଉଡର ଏବଂ ହଳଦୀକୁ ଏକ ପାତ୍ରରେ ମିକ୍ସ କରି ସେଥିରେ ଅଳ୍ପ କଞ୍ଚା କ୍ଷୀର ପକାଇ ଭଲଭାବେ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହି ମିଶ୍ରଣକୁ ତ୍ୱଚାରେ ଲଗାଇ ହାଲୁକା ଭାବେ ମସାଜ୍ କରନ୍ତୁ। ଏହି ମିଶ୍ରଣକୁ ଲଗାଇ ୧୦ ମିନିଟ୍ ରଖିବା ପରେ ଭଲଭାବେ ଧୋଇ ଦିଅନ୍ତୁ। ଏହି ପ୍ୟାକ୍ ବ୍ୟବହାର କରିବା ଦ୍ୱାରା କିଛି ଦିନ ଭିତରେ ଆପଣ ତ୍ୱଚାରେ ଫରକ୍ ଅନୁଭବ କରିପାରିବେ।
ବେସନ ଏବଂ ଦହି:-ବେସନ ଏବଂ ଦହିକୁ ନେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହି ମିଶ୍ରଣକୁ ମୁହଁ ଏବଂ ଶରୀରରେ ଲଗାଇ ୫ ମିନିଟ୍ ରଖିବା ପରେ ଭଲଭାବେ ଧୋଇ ଦିଅନ୍ତୁ। ତ୍ୱଚାକୁ କୋମଳ ରଖିବାରେ ଏହା ଏକ ଉତ୍ତମ ଘରୋଇ ଫେସ୍ ପ୍ୟାକ୍।
ମସୁର ଡାଲି:-ମସୁର ଡାଲିକୁ ଗୁଣ୍ଡ କରି ରଖନ୍ତୁ। ଏଥିରେ ଆପଣ ଅଳ୍ପ ଦହି ଏବଂ ଘିକୁଆଁରୀ ଜେଲ୍ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଏହି ମିଶ୍ରଣକୁ ଲଗାଇ ୧୦ ମିନିଟ୍ ଛାଡ଼ି ଦିଅନ୍ତୁ। ଏହାପରେ ଭଲ ଭାବେ ଧୋଇ ଦିଅନ୍ତୁ। ଶୀତ ଦିନେ ଏହିସବୁ ଫେସ୍ ପ୍ୟାକ୍ ବ୍ୟବହାର କରିବା ଦ୍ୱାରା ତ୍ୱଚା କୋମଳ ରହିବା ସହ ଏଥିରେ ଉଜ୍ଜ୍ୱଳତା ଆସିଥାଏ।