ନୂଆଦିଲ୍ଲୀ: ବାଂଲାଦେଶରୁ ପଳାୟନ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ମହମ୍ମଦ ୟୁନୁସଙ୍କୁ ସଂଖ୍ୟାଲଘୁ ହିନ୍ଦୁଙ୍କ ବିରୋଧରେ ହିଂସାର ମାଷ୍ଟରମାଇଣ୍ଡ ବୋଲି କହିଛନ୍ତି। ଦେଶରେ ବିଦ୍ରୋହ ଆରମ୍ଭ ହେବା ପରଠାରୁ ଶେଖ୍ ହସିନା ଭାରତରେ ଥିବା ବେଳେ ଅନ୍ତରୀଣ ସରକାରର ନେତୃତ୍ୱ ନେଇଥିବା ମହମ୍ମଦ ୟୁନୁସ୍ ଗଣହତ୍ୟା ଏବଂ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରୁଥିବା ଶେଖ୍ ହସିନା ଅଭିଯୋଗ ଆଣିଛନ୍ତି।
ନ୍ୟୁୟର୍କରେ ଆୱାମୀ ଲିଗ୍ ର ଏକ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସ ମାଧ୍ୟମରେ ସମ୍ବୋଧିତ କରି ହସିନା ମନ୍ଦିର, ଚର୍ଚ୍ଚ ଏବଂ ଧାର୍ମିକ ସଂଗଠନ ଇସ୍କନ ଉପରେ କ୍ରମାଗତ ଆକ୍ରମଣ ପାଇଁ ୟୁନୁସଙ୍କୁ ସମାଲୋଚନା କରିଛନ୍ତି। ଶେଖ ହସିନା କହିଛନ୍ତି ଯେ, ମୋ ଉପରେ ଗଣହତ୍ୟା ଅଭିଯୋଗ ଆସିଛି। କିନ୍ତୁ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛନ୍ତି ମହମ୍ମଦ ୟୁନୁସ୍। ଏହାସହିତ ସେ ଶିକ୍ଷକ, ପୁଲିସ, ରାଜନେତା ସମସ୍ତଙ୍କ ଉପରେ ଆକ୍ରମଣ ତଥା ହିନ୍ଦୁ, ବୌଦ୍ଧ ଓ ଖ୍ରୀଷ୍ଟିଆନଙ୍କୁ ଟାର୍ଗେଟ କରାଯାଇ ୧୧ଟି ଚର୍ଚ୍ଚ ଓ ଅନେକ ମନ୍ଦିର ଉପରେ ଆକ୍ରମଣ ହୋଇଥିବା କହିଛନ୍ତି। ତେବେ ଏହି ପରିପ୍ରେକ୍ଷୀରେ ବାଂଲାଦେଶରେ ସଂଖ୍ୟାଲଘୁଙ୍କୁ କାହିଁକି ଟାର୍ଗେଟ କରାଯାଉଛି ବୋଲି ସେ ଏବେର ଅନ୍ତରୀଣ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।