ଶୀତଦିନରେ ନିଜକୁ ଷ୍ଟାଇଲିଶ୍ ଦେଖାଇବାକୁ ହେଲେ ଅନେକ ଉପାୟ ରହିଛି । ଶୀତରୁ ରକ୍ଷା କରିବା ସହ ଷ୍ଟାଇଲିଶ୍ ଲୁକ୍ ବି ଦେବ। ଖାସ୍ ଶୀତ ପାଇଁ କ’ଣ କ’ଣ ପିନ୍ଧିବେ ସେ ସମ୍ପର୍କରେ ଏଠାରେ କିଛି ଟିପ୍ସ ଦିଆଗଲା; ଯାହାକୁ ଆପଣାଇ ଯୁବତୀମାନେ ଅତି ସହଜରେ ଫ୍ୟାଶନେବଲ୍ ଲୁକ୍ ପାଇପାରିବେ…
ଉଲେନ୍ କୁର୍ତ୍ତି: ଆଗରୁ ଝିଅମାନେ କଟନ୍ ଶୁଟ୍ ସହିତ କାଡିଗର୍ନ, ସୁଇଟରର କିମ୍ବା ଜ୍ୟାକେଟ୍ ପିନ୍ଧିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଇ କିଛିଦିନ ହେବ କଲେଜ୍ ଯାଉଥିବା ଯୁବତୀ ଓ ଅଫିସ୍ ଯାଉଥିବା ମହିଳା ଉଲେନ୍ ସୁଟ୍ ପସନ୍ଦ କରୁଛନ୍ତି। ଏହା ପିନ୍ଧିବାକୁ ଆରାମ ଓ ଉଷୁମ ଲାଗିଥାଏ ଓ ଏଥିସହ ସବୁ ଅକେଜନ୍ରେ ପରଫେକ୍ଟ ହେବାରେ ସାହାଯ୍ୟ କରିଥାଏ ।
ଜମ୍ପସୁଟ୍ : ଶୀତଦିନେ ଫ୍ୟାଶନେବଲ୍ ଲୁକ୍ ସାଙ୍ଗକୁ କମ୍ଫର୍ଟ ଉପରେ ବିଶେଷ ଧ୍ୟାନ ଦେଉଥିବା ଯୁବତୀମାନେ ଚାହିଁଲେ ଜମ୍ପସୁଟ୍ ସହ ଶ୍ରଗ୍କୁ ମ୍ୟାଚିଂ କରି ପିନ୍ଧିପାରିବେ। ଏହି ଆଉଟ୍ଫିଟ୍ ଶୀତ ଦାଉରୁ ରକ୍ଷା କରିବା ସଙ୍ଗେସଙ୍ଗେ ଯୁବତୀଙ୍କୁ ଟ୍ରେଣ୍ଡି ଲୁକ୍ ଦେଇଥାଏ। ଖାସ୍ କରି ଆଉଟିଂରେ ଯିବାବେଳେ ଏହାକୁ ପିନ୍ଧିଲେ ସ୍ମାର୍ଟ ଲୁକ୍ ମିଳିଥାଏ।
ହୁଡେଡ୍ ଟି-ଶାର୍ଟ: ଶୀତ ଋତୁରେ ଦିନବେଳା ହେଉଥିବା ହାଲ୍କା ହାଲ୍କା ଥଣ୍ଡାରେ ହୁଡେଡ୍ ଟି-ଶାର୍ଟ ପିନ୍ଧିଲେ ବେଶ୍ ଆରାମ ଲାଗିଥାଏ। ଏହାର ଉଭୟ ପ୍ଲେନ୍ ଓ ଚେକ୍ ଷ୍ଟାଇଲ୍ ଟି-ଶାର୍ଟ ଯେମିତି ସୁନ୍ଦର ଦେଖାଯାଏ ସେମିତି ଆଟ୍ରାକ୍ଟିଭ୍ ଲୁକ୍ ବି ଦେଇଥାଏ। ଏହାକୁ ଅଫିସ୍ ହେଉ କିମ୍ବା ଆଉଟିଂରେ ଯିବାବେଳେ ଆରାମରେ ପିନ୍ଧାଯାଇପାରେ। ସେହିପରି ଅଧିକ ଆକର୍ଷଣୀୟ ଲୁକ୍ ଚାହୁଁଥିଲେ, ଏହି ଆଉଟ୍ଫିଟ୍ ସାଙ୍ଗକୁ ଷ୍ଟାଇଲିଶ୍ ସନ୍ଗ୍ଲାସ୍ ବି ଟ୍ରାଏ କରିପାରିବେ। ସବୁଠୁ ବଡ଼ କଥା ହେଉଛି ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଭିନ୍ନ ଭିନ୍ନ ଡିଜାଇନ୍ର ହୁଡେଡ୍ ଟି-ଶାର୍ଟ ଏବେ ମାର୍କେଟ୍ରେ ଉପଲବ୍ଧ ହେଲାଣି।
ଡେନିମ୍ ଜ୍ୟାକେଟ୍: ଡେନିମ୍ ଜ୍ୟାକେଟ୍କୁ ଆପଣ ସବୁ ଋତୁରେ ପିନ୍ଧି ପାରିବେ। ଏହା ଆପଣଙ୍କୁ ଥଣ୍ଡାରୁ ରକ୍ଷା କରିବା ସହ ଷ୍ଟାଇଲିଶ୍ ଲୁକ୍ ଦେଇଥାଏ। ଏହାର ଏକ ଭଲଗୁଣ ହେଲା-ଏହାକୁ ଆପଣ ଇଣ୍ଡିଆନ୍,ୱଷ୍ଟର୍ନ ଓ ଫ୍ୟୁଜନ୍ରେ ମଧ୍ୟ ପିନ୍ଧି ପାରିବେ।
ପ୍ରିଣ୍ଟେଡ୍ ଜ୍ୟାକେଟ୍: ଝିଅମାନଙ୍କ ପାଖରେ ଶୀତଦିନେ ଏକ ପ୍ରିଣ୍ଟେଡ୍ ଜ୍ୟାକେଟ୍ ରହିବା ଜରୁରୀ। ଯାହାକୁ ଆପଣ ହାଲ୍କା ଶୀତରେ ପିନ୍ଧିପାରିବେ। ଏହାକୁ ଆପଣ ଗାଉନ୍,ଇଣ୍ଡିଆନ୍ ସୁଟ୍, ଟି ଶାର୍ଟ ସହିତ ଖୁବ୍ ସହଜରେ ଟିମ୍ଅପ୍ କରି ପିନ୍ଧିପାରିବେ।
ଲଙ୍ଗ ଜ୍ୟାକେଟ୍: ଶୀତଦିନରେ କୋର୍ଟ ଓ ଲଙ୍ଗ କୋର୍ଟ ବିନା ଭଲ ଲାଗେନା। ଆପଣ ଏହାକୁ ଡେଲି ଅଫିସ୍ ଓ୍ବିୟର,ପାର୍ଟି
ୱେର ଦୁଇପ୍ରକାର କ୍ୟାରି କରିପାରିବେ।
ଟୋପି : ଶୀତଦିନେ ଷ୍ଟାଇଲିଶ୍ ଲୁକ୍ ସାଙ୍ଗକୁ ଶୀତଦାଉରୁ ରକ୍ଷା ପାଇବା ପାଇଁ କେବଳ ଆକର୍ଷଣୀୟ ଆଉଟ୍ଫିଟ୍ କିମ୍ବା ସୁଇଟର ପିନ୍ଧିଦେଲେ ତ ହେବନି, ମୁଣ୍ଡକୁ ସୁରକ୍ଷା ଦେବା ପାଇଁ ଓ୍ବିଣ୍ଟର୍ କ୍ୟାପ୍ର ବି ଆବଶ୍ୟକତା ରହିଥାଏ। ସେଥିପାଇଁ ବେନି ଟୋପି, କଲର୍-ବ୍ଲକ୍ ଫେଡୋରା ଟୋପି, ପମ୍ ପମ୍ ଟୋପି, ଲେଦର୍ ଷ୍ଟାଇଲ୍ ଫ୍ୟାବ୍ରିକ୍ ଟୋପିର ଶୀତଦିନେ ଖୁବ୍ ଚାହିଦା ବଢିଯାଏ।
ହୁଡେଡ୍ ଟି-ଶାର୍ଟ: ଶୀତ ଋତୁରେ ଦିନବେଳା ହେଉଥିବା ହାଲ୍କା ହାଲ୍କା ଥଣ୍ଡାରେ ହୁଡେଡ୍ ଟି-ଶାର୍ଟ ପିନ୍ଧିଲେ ବେଶ୍ ଆରାମ ଲାଗିଥାଏ। ଏହାର ଉଭୟ ପ୍ଲେନ୍ ଓ ଚେକ୍ ଷ୍ଟାଇଲ୍ ଟି-ଶାର୍ଟ ଯେମିତି ସୁନ୍ଦର ଦେଖାଯାଏ ସେମିତି ଆଟ୍ରାକ୍ଟିଭ୍ ଲୁକ୍ ବି ଦେଇଥାଏ। ଏହାକୁ ଅଫିସ୍ ହେଉ କିମ୍ବା ଆଉଟିଂରେ ଯିବାବେଳେ ଆରାମରେ ପିନ୍ଧାଯାଇପାରେ। ସେହିପରି ଅଧିକ ଆକର୍ଷଣୀୟ ଲୁକ୍ ଚାହୁଁଥିଲେ, ଏହି ଆଉଟ୍ଫିଟ୍ ସାଙ୍ଗକୁ ଷ୍ଟାଇଲିଶ୍ ସନ୍ଗ୍ଲାସ୍ ବି ଟ୍ରାଏ କରିପାରିବେ। ସବୁଠୁ ବଡ଼ କଥା ହେଉଛି ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଭିନ୍ନ ଭିନ୍ନ ଡିଜାଇନ୍ର ହୁଡେଡ୍ ଟି-ଶାର୍ଟ ଏବେ ମାର୍କେଟ୍ରେ ଉପଲବ୍ଧ ହେଲାଣି।
ସୁଇଟର: ଶୀତଦିନେ ଶର୍ଟ ଷ୍ଟାଇଲ୍ ସୁଇଟରଠାରୁ ଆରମ୍ଭ କରି ଓଭର୍ ସାଇଜ୍ ସୁଇଟର ପର୍ଯ୍ୟନ୍ତ ସବୁର ଖୁବ୍ ଡିମାଣ୍ଡ ରହିଥାଏ। ସମୟାନୁସାରେ ଫ୍ୟାଶନ୍ ଟ୍ରେଣ୍ଡରେ ଅନେକ ପରିବର୍ତ୍ତନ ଆସୁଥିଲେ ବି ଶୀତଦିନେ ସୁଇଟରର ଚାହିଦା କେବେ ବି କମେ ନାହିଁ। ସେଥିପାଇଁ ପ୍ରତିବର୍ଷ ଶୀତଦିନେ ମାର୍କେଟ୍ରେ ଅନେକ ଆକର୍ଷଣୀୟ ଡିଜାଇନ୍ର ସୁଇଟର ବିକ୍ରି ହୋଇଥାଏ, ଯାହାକୁ ଉଭୟ ୱଷ୍ଟର୍ନ ଓ ଇଣ୍ଡିଆନ୍ ଆଉଟ୍ଫିଟ୍ ସହ ମ୍ୟାଚିଂ କରି ପିନ୍ଧିହୁଏ।
ଜୋତା : ଦେହ ଓ ମୁଣ୍ଡ ସହ ଶୀତଦିନେ ପାଦକୁ ସୁରକ୍ଷା ଦେବା ପାଇଁ ବି ମାର୍କେଟ୍ରେ ଅନେକ ଭେରାଇଟିର ଜୋତା ମିଳିଥାଏ। ଯେମିତିକି: ସ୍ନିକର୍ସ, ଆଙ୍କେଲ୍ ବୁଟ୍, ୱଦରପ୍ରୁଫ୍ ବୁଟ୍, ରାଇଡିଂ ବୁଟ୍ ଇତ୍ୟାଦି।