ଋଷ ଆକାଶରେ ଘଟିଲା ବିସ୍ଫୋରଣ। ମହାକାଶରେ ପୃଥିବୀକୁ ଧକ୍କା ଦେଲା କ୍ଷୁଦ୍ର ଗ୍ରହ ଆଷ୍ଟ୍ରଏଡ। ପୃଥିବୀ ସହିତ ଧକ୍କା ହେବାର ପ୍ରାୟ ୧୨ଘଣ୍ଟା ପୂର୍ବରୁ ଏହି ଗ୍ରହକୁ ଚିହ୍ନଟ କରାଯାଇଥିବା ବେଳେ ବିସ୍ଫୋରଣ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାୟ ୭୦ ସେଣ୍ଟିମିଟର ବ୍ୟାସ ବିଶିଷ୍ଟ ଏହି କ୍ଷୁଦ୍ର ଗ୍ରହ ଋଷର ୟାକୁଟିଆ ଅଞ୍ଚଳରେ ଖସିଥିଲା। ଧକ୍କା ପରେ ଏହି ବସ୍ତୁ ଅଗ୍ନିର ଏକ ଉଜ୍ଜ୍ୱଳ ପିଣ୍ଡରେ ପରିଣତ ହୋଇଥିଲା । ତେବେ ଧକ୍କା ହେବା ପରେ ଆଷ୍ଟ୍ରୋଏଡ ଖଣ୍ଡ ଖଣ୍ଡ ହୋଇଥିଲେ ସୁଦ୍ଧା କୌଣସି ପ୍ରକାରର କ୍ଷତି ଘଟାଇ ନଥିବା ଜଣାପଡିଛି। ଏହାକୁ ଉକ୍ତ ଅଞ୍ଚଳର ଲୋକ ଖାଲି ଆଖିରେ ଦେଖିଥିଲେ।
ଏହି ଆଷ୍ଟ୍ରୋଏଡ୍ ଟି ପୂର୍ବ ଆଷ୍ଟ୍ରଏଡ୍ ୨୦୨୨ ଡବ୍ଲ୍ୟୁ ଜେ, ୨୦୨୩ ସିଏକ୍ସୱାନ ଏବଂ ୨୦୨୪ ବିଏକ୍ସୱାନ ପରି କ୍ଷୁଦ୍ର ଗ୍ରହ ସହିତ ସମାନ। ତେବେ ଏହା ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ବିସ୍ଫୋରଣ ହୋଇଥିବା ବେଳେ ଋଷ ଆକାଶରେ ବେଶ୍ କିଛି ସମୟ ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଥିଲା।