ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶ ୱେଷ୍ଟଇଣ୍ଡିଜକୁ ୧୦୧ ରନରେ ପରାସ୍ତ କରି ଇତିହାସ ସୃଷ୍ଟି କରିଛି। ସାବିନା ପାର୍କରେ ଅନୁଷ୍ଠିତ ହୋଇଥିବା ଏହି ମ୍ୟାଚରେ ୧୫ ବର୍ଷ ପରେ ବାଂଲାଦେଶ ମ୍ୟାଚ ଜିତିଛି। ଏହି ମ୍ୟାଚ ଜିତିବାରେ ନାହିଦ ରାଣା ଏବଂ ତାଇଜୁଲ ଇସଲାମ ମୁଖ୍ୟ ଭୂମିକା ତୁଲେଇଥିଲେ। ଉଭୟ ୫ ୱେଷ୍ଟଇଣ୍ଡିଜରେ କ୍ରମାଗତ ୭ ପରାଜୟ ପରେ ବାଂଲାଦେଶ ଜିତିଛି। ତାଇଜୁଲଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଘୋଷଣା କରାଯାଇଛି।
ଏହି ଟେଷ୍ଟ ମ୍ୟାଚରେ ବାଂଲାଦେଶ ଦଳ ପ୍ରଥମ ଇନିଂସରେ ମାତ୍ର ୧୬୪ ରନ ସ୍କୋର କରିଥିଲା। ବାଂଲାଦେଶ ପାଇଁ ଓପନର୍ ଶ୍ୟାଡମାନ ଇସଲାମ ସର୍ବାଧିକ ୬୪ ରନ ସ୍କୋର କରିଥିବା ବେଳେ ୱେଷ୍ଟଇଣ୍ଡିଜ ପାଇଁ ଜାଡେନ ସିଲ୍ସ ଭଲ ବୋଲିଂ କରିଥିଲେ। ଜାଡେନ ୧୫.୫ ଓଭରରେ ମାତ୍ର ପାଞ୍ଚ ରନ ଦେଇ ୪ ଉଇକେଟ ନେଇଥିଲେ। ଏହାର ଜବାବରେ ୱେଷ୍ଟଇଣ୍ଡିଜ ଦଳ ଏହାର ପ୍ରଥମ ଇନିଂସରେ ୧୪୬ ରନ ସଂଗ୍ରହ କରିଥିଲା।
ବାଂଲାଦେଶ ପ୍ରଥମ ଇନିଂସରେ ୧୮ ରନ ଅଗ୍ରଣୀ ହାସଲ କରିବା ପରେ ଦ୍ୱିତୀୟ ଇନିଂସରେ ୨୬୮ ରନ ସଂଗ୍ରହ କରିଥିଲା। ୱେଷ୍ଟଇଣ୍ଡିଜ ସମ୍ମୁଖରେ ଜିତିବା ପାଇଁ ୨୮୭ ରନ ଲକ୍ଷ୍ୟ ଥିବା ବେଳେ ଦଳ ମାତ୍ର ୧୮୫ ରନ ସଂଗ୍ରହ କରିଥିବାରୁ ବାଂଲାଦେଶ ୧୦୧ ରନ୍ରେ ମ୍ୟାଚ ଜିତିଥିଲା।