ନୂଆଦିଲ୍ଲୀ : ସ୍ୱିଗିର ଗ୍ରାହକଙ୍କୁ ଲାଗିଛି ବଡ଼ ଝଟକା । ବର୍ତ୍ତମାନ ସ୍ୱିଗି ନିଜ ଇନଷ୍ଟାମାର୍ଟ ପ୍ଲାଟଫର୍ମର ଡେଲିଭରୀ ଚାର୍ଜ ବଢାଇବାରେ ଫୋକସ କରୁଛି। ସ୍ୱିଗି ଇନଷ୍ଟାମାର୍ଟ ଜରିଆରେ ଅଧିକ ସଂଖ୍ୟାରେ ଗ୍ରାହକ କ୍ୱିକ କମର୍ସ ସହ ଜଡିତ ନିଜ ଆବଶ୍ୟକତାକୁ ପୂରଣ କରିଥାଏ। ଯେପରି ଗ୍ରସରୀ, ଫୁଡ ଆଇଟମ୍ସ ବା ଅନ୍ୟ ଘରୋଇ ଜିନିଷ ଅର୍ଡର କରାଯାଇଥାଏ। ଡିସେମ୍ବର ୩ରେ କମ୍ପାନୀର ଚିଫ ଫାଇନାନସିଆଲ ଅଫିସର ରାହୁଲ ବୋଥରା ଏହି ସୂଚନା ପ୍ରଦାନ କରିଛନ୍ତି।
ରିପୋର୍ଟ ମୁତାବକ, ସ୍ୱିଗି ନିଜ ଇନଷ୍ଟାମାର୍ଟ ୟୁନିଟର ଲାଭକୁ ବଢାଇବା ପାଇଁ ଏହି ନିଷ୍ପତ୍ତି ନେଇଛି। ରାହୁଲ ବୋଥରା କହିଛନ୍ତି ଯେ, କମ୍ପାନୀର ଓଭରଅଲ୍ ଫିସ କନଷ୍ଟ୍ରକ୍ସନ ମଡେଲକୁ ଦେଖିବାକୁ ଗଲେ, ଏକ ନିର୍ଦ୍ଧିଷ୍ଟ ଆମାଉଣ୍ଟ ସବସିଡ ଭାବେ ସ୍ୱିଗିର ସବସ୍କ୍ରିପସନ ପ୍ରୋଗ୍ରାମ ଏବଂ ୟୁଜର୍ସଙ୍କଠାରୁ ନିଆଯାଉଥିବା ଫିସ ଉପରେ ଲାଗୁ ହୋଇଥାଏ। ସମୟ ସହ ଡେଲିଭରୀ ଫିସ ବଢାଇବାର ଅପେକ୍ଷା ହୋଇଥାଏ ଏବଂ ଏହି କାରଣରୁ ସ୍ୱିଗି ଇନଷ୍ଟାମାର୍ଟର ଡେଲିଭରୀ ଚାର୍ଜକୁ ବଢାଇବାର ପ୍ଲାନ ଅଛି। ସ୍ୱିଗିର ସିଏଫଓ ଏହାର ସୂଚନା ଦେଇଛନ୍ତି ଯେ, କମ୍ପାନୀ କିପରି ନିଜ ଇନଷ୍ଟାମାର୍ଟର ରେଟ୍ସ ବା କମିଶନକୁ ୧୫ ପ୍ରତିଶତ ବଢାଇ ଭବିଷ୍ୟତରେ ୨୦-୨୨ ପ୍ରତିଶତକୁ ନେଇଯାଇଥାଏ। ଏଥିସହ ପ୍ଲାଟଫର୍ମରେ ଆସୁଥିବା ବିଜ୍ଞାପନ ଜରିଆରେ ମଧ୍ୟ ରୋଜଗାର ବଢାଇବାର ପ୍ଲାନ କରାଯାଉଛି, ଯାହା କମ୍ପାନୀର ମାର୍ଜିନ ବଢାଇବାରେ ସାହାଯ୍ୟ କରିବ।