ଶ୍ରୀହରିକୋଟା: ମହାକାଶରେ ପୁଣିଥରେ ନୂଆ ଇତିହାସ ରଚିବ ଇସ୍ରୋ। ସେଥିପାଇଁ ଇସ୍ରୋ ପକ୍ଷରୁ ପିଏସଏଲଭି-ସି୫୯ ରାକେଟ ଦ୍ୱାରା ପ୍ରୋବା-୩ ସାଟେଲାଇଟର ଉତକ୍ଷେପଣ କରାଯାଇଛି । ଏହା ବିଶ୍ବର ପ୍ରଥମ ପ୍ରିସିସନ୍ ଫର୍ମେସନ୍ ଫ୍ଲାଇଂ ମିଶନ ହୋଇଥିବା ବେଳେ ସୂଯ୍ୟଙ୍କ କୋରୋନା ବା ବାହ୍ୟ ବଳୟ ଉପରେ ଗବେଷଣା କରିବ ।
ଡିସେମ୍ବର ୫ (ଗୁରୁବାର) ଅପରାହ୍ନ ୪.୦୪ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହାର ସଫଳ ଉତକ୍ଷେପଣ ହୋଇଛି। ୟୁରୋପୀୟ ମହାକାଶ ଏଜେନ୍ସି (ଇଏସ୍ଏ) ଓ ଇସ୍ରୋର ମିଳିତ ସହଯୋଗରେ ହୋଇଥିବା ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡର ଏକ ଅଭିଯାନ। ଏହି ମିଶନ ‘ଇନ୍-ଅର୍ବିଟ୍ ଡେମୋଷ୍ଟ୍ରେସନ୍ (ଆଇଓଡି) ଅଭିଯାନ’ର ଏକ ଅଂଶ ହୋଇଥିବା ବେଳେ ଏଥିରେ ପୋଲାର୍ ସାଟେଲାଇଟ୍ ଲଞ୍ଚ ଭେଇକିଲ (ପିଏସଏଲଭି)-ସି୫୯ ପ୍ରାୟ ୫୫୦ କିଲୋଗ୍ରାମ ଓଜନର ଉପଗ୍ରହକୁ ଇଲାପ୍ଟିକାଲ କକ୍ଷପଥକୁ ନେଇଯିବ। ପ୍ରୋବା-୩ ସ୍ପେସକ୍ରାଫ୍ଟର ୪ଟି ପର୍ଯ୍ୟାୟ ରହିଥିବା ବେଳେ
ଦୁଇଟି ଅଂଶ ରହିଛି । ଏହା କରୋନାଗ୍ରାଫ୍ (୩୧୦ କି.ଗ୍ରା) ଓ ଅକଲ୍ଟର୍ (୨୪୦ କି.ଗ୍ରା) ଏବଂ ଏହା ପରସ୍ପର ଠାରୁ ୧୫୦ ମିଟର ଦୂରତାରେ ସମନ୍ବୟ ରକ୍ଷା କରି ମହାକାଶରେ ବୁଲିବେ । କୋରୋନାଗ୍ରାଫ୍ ସ୍ପେସକ୍ରାଫ୍ଟ ସୂର୍ଯ୍ୟ ଆଡ଼କୁ ମୁହଁ କରି ରହିବ । ଏଥିରେ ଥିବା ଉପକରଣ ସୂର୍ଯ୍ୟର ବାହ୍ୟ ଓ ଆଭ୍ୟନ୍ତର କୋରୋନା ମଧ୍ୟରେ ଦୂରତାକୁ ଅଧ୍ୟୟନ କରିବ। ଏହାକୁ ଏକାସାଙ୍ଗରେ “ଷ୍ଟେକ୍ କନଫିଗ୍ରେସନ” (ଗୋଟିଏ ଅନ୍ୟଟି ଉପରେ)ରେ ଉତକ୍ଷେପଣ କରାଯାଇଛି ।
ପ୍ରୋବା-୩ ସୂର୍ଯ୍ୟଙ୍କ ଚତୁଃପାର୍ଶ୍ୱରେ ଥିବା ଦୁଇ ପ୍ରକାର କୋରୋନା, ଯଥା ହାଇ-କୋରୋନା ଓ ଲୋ-କୋରୋନା ପରସ୍ତ ମଧ୍ୟରେ ଥିବା କଳା ଅଂଶର ଅଧ୍ୟୟନ କରିବ । ଏହାସହିତ ସୌର ବାୟୁ ଓ କୋରୋନାଲ ମାସ୍ ଇଜେକ୍ସନର ମଧ୍ୟ ଅଧ୍ୟୟନ, ମହାକାଶର ପାଣିପାଗ ଓ ପବନର ଅଧ୍ୟୟନ କରିବ । ଏହା ପୂର୍ବରୁ ୨୦୦୧ ରେ ପ୍ରୋବା-୧ ଓ ୨୦୦୯ ରେ ପ୍ରୋବା-୨ ଲଞ୍ଚ କରିଥିଲା ଇସ୍ରୋ । ଅପରପକ୍ଷରେ
ପିଏସଏଲଭି ହେଉଛି ଏକ ଉତକ୍ଷେପଣ ଯାନ ଯାହା ମହାକାଶକୁ ଉପଗ୍ରହ ଏବଂ ଅନ୍ୟାନ୍ୟ ବିଭିନ୍ନ ପେଲୋଡ୍ ପରିବହନ କରିବାରେ ସାହାଯ୍ୟ କରେ । ୧୯୯୪ ଅକ୍ଟୋବରରେ ପ୍ରଥମ ପିଏସଏଲଭିକୁ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା।