ଦାନ୍ତ ଆମ ସୌନ୍ଦର୍ଯ୍ୟର ଏକ ଅତ୍ୟାବଶ୍ୟକ ଅଂଶ। ଏହା ସହିତ ଏକ ଖୋଲା ହସ ସମସ୍ତଙ୍କୁ ଆକର୍ଷିତ କରିଥାଏ, କିନ୍ତୁ ବେଳେବେଳେ ଦାନ୍ତର ହଳଦିଆ ଦାଗ ଆମ ହସରେ ବାଧା ସୃଷ୍ଟି କରେ। ଏନେଇ ଅନେକ ମନଖୋଲା ହସ ହସିବାକୁ ଚାହୁଥିଲେ ବି ଲୋକଲଜ୍ଜା ପାଇଁ ଦାନ୍ତ ଦେଖେଇ ପାରନ୍ତି ନାହିଁ। ଶକ୍ତ ଏବଂ ମଜଭୁତ ଦାନ୍ତ ପାଇଁ କେତେକ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଅନେକ ଲୋକ କୁହନ୍ତି ଯେ ଦୈନିକ ବ୍ରଶ୍ କରିବା ପରେ ମଧ୍ୟ ସେମାନଙ୍କର ଦାନ୍ତ ସଫା ହେଉନି, ଦାନ୍ତ ହଳଦିଆ ଦେଖାଯାଉଛି । ତେବେ ହଳଦିଆ ଦାନ୍ତକୁ ନେଇ ଚିନ୍ତାରେ ପଡିଛନ୍ତି ଏବଂ ଏଥିରୁ ରକ୍ଷା ପାଇବାକୁ ଚାହୁଛନ୍ତି ଆପଣାନ୍ତୁ ଘରୋଇ ଉପାୟ ..
ବେକିଂ ସୋଡା:- ଯଦି ଆପଣଙ୍କର ଦାନ୍ତ ହଳଦିଆ ହୋଇଥାଏ ତେବେ ଆପଣ ଏହାକୁ ଧଳା କରିବା ପାଇଁ ବେକିଂ ସୋଡା ବ୍ୟବହାର କରିପାରିବେ । ଗୋଟିଏ ଚାମଚ ବେକିଂ ସୋଡା ଏବଂ ଅଳ୍ପ ପରିମାଣର ହାଇଡ୍ରୋଜେନ୍ ପେରୋକ୍ସାଇଡ୍ ର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ପରେ ଧୀରେ ଧୀରେ ଏହାକୁ ଦାନ୍ତରେ ଘଷନ୍ତୁ । ଏହା ଆପଣଙ୍କ ଦାନ୍ତକୁ ଧଳା କରିବାରେ ସାହାଯ୍ୟ କରିବ । ନିୟମିତ ଟୁଥପେଷ୍ଟ ସହିତ ବେକିଂ ସୋଡା ମଧ୍ୟ ବ୍ୟବହାର କରିପାରିବେ ।
ନଡିଆ ତେଲ:- ହଳଦିଆ ଦାନ୍ତରୁ ମୁକ୍ତି ପାଇବା ପାଇଁ ନଡିଆ ତେଲରେ ପାଟି ଧୋଇ ଦିଅନ୍ତୁ । ଏହି ତେଲକୁ ଦାନ୍ତରେ ଲଗାନ୍ତୁ ଏବଂ ପରେ ଦାନ୍ତକୁ ହାତରେ ଭଲ ଭାବରେ ସଫା କରନ୍ତୁ । ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ହଳଦିଆ ଦାନ୍ତ ଧଳା ହୋଇଯିବ ।
କମଳା ଚୋପା:- କମଳା ଚୋପା ମଧ୍ୟ ହଳଦିଆ ଦାନ୍ତରୁ ମୁକ୍ତି ଦେବ । କମଳା ଚୋପାକୁ ଶୁଖାଇ ଏହାର ପାଉଡର ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ସେହି ପାଉଡର ଦ୍ବାରା ଦାନ୍ତ ସଫା କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ହଳଦିଆ ଦାନ୍ତ କ୍ଷୀର ପରି ଧଳା ହୋଇଯିବ ଏବଂ ପାଟିରୁ କୌଣସି ଖରାପ ଗନ୍ଧ ଆସିବ ନାହିଁ ।
ପିଜୁଳି ଏବଂ ନିମ ପତ୍ର :- ପିଜୁଳି ଏବଂ ନିମ ପତ୍ର ହଳଦିଆ ଦାନ୍ତକୁ ଧଳା କରିବାରେ ସାହାଯ୍ୟ କରେ ଏବଂ ପାଟିରୁ ମଇଳା ମଧ୍ୟ ବାହାର କରିଥାଏ । ସତେଜ ପିଜୁଳି ପତ୍ର ଚୋବାଇବା କିମ୍ବା ଫୁଟାଯାଇଥିବା ପିଜୁଳି ପତ୍ରରୁ ପ୍ରସ୍ତୁତ ମାଉଥ ୱାସରେ ଦାନ୍ତକୁ ସଫା କଲେ ଦାନ୍ତ ଧଳା ହୋଇପାରିବ ।